ମୌସୁମୀ ଅଧିବେଶନ ପ୍ରଥମ ଦିନରୁ ବିରୋଧୀଙ୍କ ହଙ୍ଗାମା
ନୂଆଦିଲ୍ଲୀ (ଆମ ଟିଭି): ସୋମବାର ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନରୁ ହିଁ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଜିଏସିଟି ଓ ମୁଦ୍ରାସ୍ପିତି ବୃୃଦ୍ଧିକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ରାଜ୍ୟସଭା ଓ ଲୋକସଭାରେ ହଟ୍ଟଗୋଳ କରି ଗୃହକାର୍ଯରେ ବାଧା ସୃଷ୍ଟି କରିଥିଲେ । ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଏଥରକ ଅଧିବେଶନ ସଫଳତା ପୂର୍ବକ ସାରିବା ପାଇଁ ସଂସଦର ସମସ୍ତ ସଦସ୍ୟଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ବିତର୍କରେ ଅଂଶଗ୍ରହଣ କରି ଅଧିବେଶନକୁ ଅଧିକରୁ ଅଧିକ ଫଳପ୍ରଦ କରିବା ସାଂସଦମାନଙ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ।
ମୋଦୀ କହିଛନ୍ତି ସମସ୍ତଙ୍କ ପ୍ରୟାସ ବଳରେ ଆମ ସଂସଦ କାର୍ଯ୍ୟ କରେ । ସର୍ବୋତ୍ତମ ନିଷ୍ପତି ଗ୍ରହଣ କରୁଥିବାରୁ ସାଂସଦମାନେ ନିଜର ଭୂମିକା ସୂଚାରୁରୂପେ ତୁଳାନ୍ତୁ । ମନରେ କୌଣସି ପ୍ରକାର ଦ୍ୱନ୍ଦ କିମ୍ବା ଦ୍ୱିଧା ନରଖି ସଂସଦରେ ବିତର୍କ ଓ ଆଲୋଚନା କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।