ମେଡ଼ିକାଲରେ ଭର୍ତ୍ତି ହେଲେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ

0

ହାଇଦ୍ରାବାଦ: ଏରାବଲ୍ଲୀସ୍ଥିତ ଫାର୍ମହାଉସ୍‌ରେ ପଡ଼ିଯିବାରୁ ଗୁରୁବାର ରାତିରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ସୋମାଜିଗୁଡ଼ାର ଯଶୋଦା ହସ୍ପିଟାଲ୍‌ସ୍‌ରେ ଭର୍ତ୍ତି ‌ହୋଇଥିବା ‘କେସିଆର୍‌’ଙ୍କ କମର ଭାଙ୍ଗିଯାଇଛି ଓ ତାଙ୍କର ଅସ୍ତ୍ରୋପଚାର କରାଯିବ। ତାଙ୍କୁ ଦେଖା କରିବା ଲାଗି ତେଲେଙ୍ଗାନାର ବିଭିନ୍ନ ପ୍ରାନ୍ତରୁ ବିଧାୟକମାନେ ଡାକ୍ତରଖାନାକୁ ଆସୁଛନ୍ତି। ପୂର୍ବତନ ମନ୍ତ୍ରୀ କେ. ଟି. ରାମା ରାଓ, ହରିଶ ରାଓ ଓ ‘ଏମ୍‌ଏଲ୍‌ସି’ କବିତା କେ. ଚନ୍ଦ୍ରଶେଖର ରାଓଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବା ସହିତ ତାଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତରଙ୍କ ସହିତ ଯୋଗାଯୋଗ ରଖିଛନ୍ତି।

‘ଯଶୋଦା ହସ୍ପିଟାଲ୍‌’ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ରାଓଙ୍କର କମର ହାଡ଼ ଭାଙ୍ଗିଯାଇଛି। ସେଥିପାଇଁ ଅସ୍ତ୍ରୋପଚାର କରାଯିବା ବିଷୟରେ ଡାକ୍ତରମାନେ ବିଚାରବିମର୍ଶ କରୁଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।

Leave A Reply

Your email address will not be published.