ଏଣିକି ସଂସଦର ସୁରକ୍ଷା ଦାୟିତ୍ୱରେ ରହିବେ ସିଆଇଏସଏଫ କର୍ମଚାରୀ

0

ନୂଆଦିଲ୍ଲୀ(ଆମ ଟିଭି): ସଂସଦର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରେ ସରକାର ନେଲେ ବଡ଼ ନିଷ୍ପତ୍ତି । ସଂସଦ ଭବନ ପରିସରର ସୁରକ୍ଷା ଦାୟିତ୍ବ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(ସିଆଇଏସ୍ଏଫ)କୁ ହସ୍ତାନ୍ତର କରାଯାଇଛି। ଗତ ୧୩ ତାରିଖରେ ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା ପରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଦିଲ୍ଲୀ ପୁଲିସ ସଂସଦ ଭବନର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିବା ବେଳେ ଏଣିକି ଏହି ଦାୟିତ୍ବ ସିଆଇଏସ୍ଏଫ ବହନ କରିବ। ତଦନ୍ତ କମିଟିର ସୁପାରିଶ ପରେ ବର୍ତ୍ତମାନ ସଂସଦର ସୁରକ୍ଷା ଦାୟିତ୍ବ ସିଆଇଏସ୍ଏଫକୁ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ତେବେ ସୁରକ୍ଷା ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସିଆଇଏସ୍ଏଫ ସଂସଦ ଭବନ ପରିସରର ସର୍ବେକ୍ଷଣ ମଧ୍ୟ କରିବ। ସଂସଦ ଭବନ ପରିସର ସର୍ଭେ କରିବାକୁ ଗୃହ ମନ୍ତ୍ରଣାଳୟ ସିଆଇଏସ୍ଏଫକୁ ନିର୍ଦେଶ ଦେଇଛି। ଏବେ ଯାଞ୍ଚ କଡ଼ାକଡ଼ି ହେବ ।

Leave A Reply

Your email address will not be published.