ରାସ୍ତା ଉପରେ ଷ୍ଟାରଙ୍କ ପାରିବାରିକ କଳି: ପ୍ରକୃତି ମିଶ୍ରଙ୍କୁ ପିଟିଲେ ବାବୁସାନଙ୍କ ପତ୍ନୀ

0

ଭୁବନେଶ୍ୱର(ଆମ ଟିଭି): ରାସ୍ତା ଉପରେ ଷ୍ଟାରଙ୍କ ପାରିବାରିକ କଳି। ପ୍ରକୃତି ମିଶ୍ରଙ୍କୁ ରାସ୍ତାରେ  ଗୋଡ଼ାଇ ଗୋଡ଼ାଇ ପିଟିଲେ ବାବୁସାନଙ୍କ ପତ୍ନୀ। ରାସ୍ତାରେ ମାଡ ଖାଇଲେ ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର। ଗତ ୩ ବର୍ଷ ହେଲା ଓଲିଉଡ ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ସହିତ ସମ୍ପର୍କରେ ଥିବା ଅଭିଯୋଗରେ ରାଜରାସ୍ତାରେ ପ୍ରକୃତିଙ୍କୁ ଗୋଡେଇ ଗୋଡେଇ ପିଟିଛନ୍ତି ସ୍ତ୍ରୀ ତୃପ୍ତି ମହାନ୍ତି। ଏହି ସମୟ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ମୁତାବିକ, ଆଜି ସକାଳେ ପ୍ରକୃତିଙ୍କ ସହ ବାବୁସାନ୍ ଗାଡ଼ିରେ ଯିବା ବେଳେ ହଠାତ ପତ୍ନୀ ପହଞ୍ଚି ଯାଇଥିଲେ।  ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଘୋଷାଡି ମାଡ଼ ମାରିଥିଲେ।  ବାବୁସାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ। ରାସ୍ତା ମଝିରେ  ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ପତ୍ନୀ। ବାବୁସାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି  ବାବୁସାନଙ୍କୁ ମାଡ଼ ମାରିଥିଲେ ପତ୍ନୀ।   ବିଚ୍ ରାସ୍ତାରେ ଏହି ହାଇଡ୍ରାମାର ଭିଡିଓ ଏବେ ଭାଇରାଲ୍ ହେଉଛି।

Leave A Reply

Your email address will not be published.