ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ନୂଆଦିଲ୍ଲୀ (ଆମ ଟିଭି): ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ଶୁକ୍ରବାର ବ୍ୟବହାରିକ ପରୀକ୍ଷା ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନ ୧୦.୩୦ରେ ଏହି ପରୀକ୍ଷଣ ହୋଇଛି। ଆକାଶ ଏନର୍ଜି ଆକାଶ ସିରିଜର ଏକ ଅତ୍ୟାଧୁନିକ ମିସାଇଲ। ଏହି ସଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶର ଲକ୍ଷ୍ୟଭେଦ ଦୂରତା ୪୦ କିଲୋମିଟର।

ଶତ୍ରୁପକ୍ଷର ଯେକୌଣସି ଯୁଦ୍ଧାସ୍ତ୍ରକୁ ଏହା ସହଜରେ ଧ୍ୱଂସ କରିବାରେ ସଫଳ ହୋଇପାରେ। ଏହାର ଲକ୍ଷ୍ୟଭେଦ କ୍ଷମତା, ଗତିବିଧି ଏବଂ ଯୋଗାଯୋଗ କ୍ଷମତାକୁ ଆଇଟିଆରର ଟେଲିମେଟ୍ରିକ୍ ରାଡାର ସିଷ୍ଟମ ଦ୍ବାରା ଅନୁଧ୍ୟାନ କରାଯାଇଥିଲା। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷା ହୋଇଥିଲା।

Leave A Reply

Your email address will not be published.