ପ୍ରାଣ ପ୍ରତିଷ୍ଠା ପୂର୍ବରୁ ୧୧ ଦିନ ପର୍ୟ୍ୟନ୍ତ ସ୍ୱତନ୍ତ୍ର ଉପାସନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ନୂଆଦିଲ୍ଲୀ: ଅଯାଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସବୁଠି ଭିନ୍ନ ପରିବେଶ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ମୋଦି କହିଛନ୍ତି ଯେ, ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମକୁ ଆଉ ମାତ୍ର ୧୧ ଦିନ ରହିଲା, ଏହି ଶୁଭ ଉତ୍ସବର ସାକ୍ଷୀ ହେଉଥିବାରୁ ସେ ଭାଗ୍ୟବାନ୍। ମୋଦି ଆହୁରି କହିଛନ୍ତି, ପ୍ରଭୁ ଶ୍ରୀରାମ ଏହି ଅବସରରେ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବାକୁ ମୋତେ ସୃଷ୍ଟି କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟ୍‌ରେ କହିଛନ୍ତି, ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର ୧୧ ଦିନ ବାକି ରହିଲା । ଏହି ଶୁଭ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରୁଥିବାରୁ ମୁଁ ନିଜକୁ ଧନ୍ୟମନେ କରୁଛି । ପ୍ରଭୁ ଶ୍ରୀରାମ ଏହି ଅବସରରେ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବାକୁ ମୋତେ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.