ଭୟଙ୍କର ହେଉଛି ଯୁଦ୍ଧ, ଇସ୍ରାଏଲ ଉପରେ ୩୦୦ ମିସାଇଲ ମାଡ଼ କଲା ଇରାନ

0

ନୂଆଦିଲ୍ଲୀ (ଆମ ଟିଭି);  ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୀର୍ଘ ୭ ମାସ ହେଲା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଏହାକୁ ନେଇ ବିଶ୍ବବାସୀ ଚିନ୍ତିତ ଥିବା ବେଳେ ଗତକାଲି ରାତିରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରିସ୍ଥିତିକୁ ବିସ୍ଫୋରକ କରିଦେଇଛି। ସିରିଆରେ ଇରାନୀ ଦୂତାବାସ ଉପରେ ଇସ୍ରାଏଲୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଗତରାତିରେ ଇସ୍ରାଏଲ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୩୦୦ରୁ ଅଧିକ ଅସ୍ତ୍ରବାହକ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇଛି। ଆକ୍ରମଣ ୫ ଘଣ୍ଟା ଧରି ଚାଲିଥିଲା। ତେବେ ଆମେରିକା ସହାୟତାରେ ଇସ୍ରାଏଲ ଏହି ଆକ୍ରମଣକୁ ବିଫଳ କରିଦେଇଛି।

ଇସ୍ର‌ାଏଲ କହିଛି ଯେ ୯୯ ପ୍ରତିଶତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ହିଁ ନଷ୍ଟ କରିଦିଆଯାଇଛି। ଏଥିରେ‌ ଇସ୍ରାଏଲର କୌଣସି କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ଏହି ଆକ୍ରମଣକୁ ନେଇ ମଧ୍ୟପ୍ରାଚ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଇସ୍ରାଏଲ ଜବାବୀ କାର୍ୟ୍ୟାନୁ୍ଷ୍ଠାନ ସ୍ବରୂପ ଇରାନ ଉପରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି। ଇସ୍ରାଏଲ ଆକ୍ରମଣ କଲେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି କୁହାଯାଉଛି।

Leave A Reply

Your email address will not be published.