ଦୁଇ ଭାଗରେ ବାଣ୍ଟି ହେଇଯାଇଛି ମୁମ୍ବାଇ ଇଣ୍ଡିଆନ୍ସ; ବଡ ଖୁଲାସା କଲେ ବିଶ୍ୱକପ୍ ବିଜୟୀ ଅଧିନାୟକ ।

0

ନୂଆଦିଲ୍ଲୀ (ଆମ ଟିଭି ): ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ନେଇ ଆସିଲା ବଡ ଖବର । ବିଶ୍ୱକପ୍ ବିଜେତା ଖେଳାଳି ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ୍କୁ ନେଇ ଦେଇଛନ୍ତି ବଡ ଅପଡେଟ୍ । ତାଙ୍କ କହିବା ମୁତାବକ, ଏବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ଦୁଇ ଭାଗରେ ବାଣ୍ଟି ହେଇଯାଇଛି । ଟିମ୍ ଗୋଟିଏ ୟୁନିଟ୍ ଭାବେ ଖେଳୁନାହିଁ । ଏପରିକି ଡ୍ରେସିଂ ରୁମରେ ମଧ୍ୟ ସବୁକିଛି ଠିକ୍ ଚାଲିନି ବୋଲି ଖୁଲାସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍ କ୍ଲାର୍କ ।

ଏଥର ଆଇପିଏଲରେ ଭଲ ପ୍ରଦର୍ଶନ କରିପାରିନି ମୁମ୍ବାଇ ଇଣ୍ଡିଆନ୍ସ । ଦଳରେ ଷ୍ଟାର ଖେଳାଳି ଥିଲେ ମଧ୍ୟ, ଦଳ ଆଶାନୁରୂପକ ପ୍ରଦର୍ଶନ କରିପାରିନି । ଖାସ୍ କରି ଯେବେଠୁ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାର ଦିଆଯାଇଛି, ସେବେଠୁ ଦଳରେ ସବୁକିଛି ଠିକ୍ ଚାଲିନି । ଆଉ ଏହାରି ଭିତରେ ଦଳ ଦୁଇ ଭାଗରେ ବାଣ୍ଟି ହେଇଯାଇଥିବା ନେଇ ଖୁଲାସା କରିଛନ୍ତି ମାଇକେଲ କ୍ଲାର୍କ ।

କ୍ଲାର୍କଙ୍କ କହିବା ମୁତାବକ, ବର୍ତ୍ତମାନ ଏହି ଟିମ୍ ଆଉ ପ୍ଲେ-ଅଫକୁ ଯୋଗ୍ୟତା ଅର୍ଜନ କରିଲା ପରି ତାଙ୍କୁ ଲାଗୁନି । ଦଳ ବାହାରକୁ ଯେପରି ଦିଶୁଛି, ଭିତରେ କିନ୍ତୁ ସେଭଳି ସ୍ଥିତି ନାହିଁ । ଦଳ ଭିତରେ ଅନେକ କିଛି ଚାଲିଛି । ଆମେ ଏତେ ଖେଳାଳିଙ୍କୁ ଏକା ସାଙ୍ଗରେ ଖରାପ ପ୍ରଦର୍ଶନ କରୁଥିବା କେବେ ବି ଦେଖିନୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.