ଜୀ ସାର୍ଥକ ର ଦର୍ଶକଙ୍କ ପ୍ରିୟ ଧାରାବାହିକ “ଜାଗୃତି” ଏବେ ନୂଆ ସମୟରେ, ପ୍ରତ୍ୟେକ ଦିନ ସନ୍ଧ୍ୟା ୫:୩୦ମିନିଟ 

0

ଜୀ ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ ସ୍ୱାଦର ପାରିବାରିକ ଧାରାବାହିକ ପ୍ରସ୍ତୁତ କରି ଲୋକଙ୍କ ମନୋରଞ୍ଜନ କରିବା ସହିତ ସାମାଜିକ ପରିବର୍ତ୍ତନ ଆଣିବାରେ ଚେଷ୍ଟାରତ l ଠିକ ସେହି ଧାରାର ମେଗା ଧାରାବାହିକ “ଜାଗୃତି”, ନାମରୁ ହିଁ ଏସବୁ ଜଣା ପଡେ l ଜାଗୃତିକୁ ଦେଇଥିବା ଭଲ ପାଇବା ପାଇଁ ଦର୍ଶକମାନଙ୍କୁ ଜୀ ସାର୍ଥକ ତରଫରୁ ଅଶେଷ ଧନ୍ୟବାଦ ।

ଏବେ ଚକ୍ରବ୍ୟୁହରେ ଜାଗୃତି । ଜାଗୃତି ଏବଂ ସ୍ୱୟମ୍ଭୁ କୁ ପରିବାରରୁ ବାହାର କରିଦେବା ପାଇଁ ଲାଗିପଡିଛନ୍ତି ପୁରା ମହାନ୍ତି ପରିବାର । ହେଲେ ଏକମାତ୍ର କୌଶିକୀ ମହାନ୍ତି ଚାହାଁନ୍ତି, ଜାଗୃତି ଏବଂ ସ୍ୱୟମ୍ଭୁ ମହାନ୍ତି ପରିବାର ର ସଦସ୍ୟ ଭାବେ ମର୍ଯ୍ୟାଦା ପାଆନ୍ତୁ । ବୈଦେହୀ ମହାନ୍ତି, ଜାଗୃତି କୁ ବାଧ୍ୟ କରୁଛନ୍ତି କୌଶିକୀ ମହାନ୍ତି ଙ୍କୁ ମନେଇବା ପାଇଁ ଯେମିତି ସେ ଡିଏନଏ ପରୀକ୍ଷା ନକରନ୍ତୁ । କୌଶିକି କଣ ତାଙ୍କ କଥା ମାନିଯିବେ ? ଉତ୍ସବ ଓ ଜାଗୃତି ର ମିଛ ସମ୍ପର୍କ କୁ ମେହେନ୍ଦି ନିଆଁ ଦେଉଥିବା ବେଳେ ଜାଗୃତି କଣ ପୁଣି ଥରେ ବଦନାମ ହେବ ? ସ୍ୱୟମ୍ଭୁ ର ପରିଚୟ ଫେରି ପାଇବାରେ କଣ ହାରିଯିବ ଜାଗୃତି ? ସେପଟେ ନର୍ସ ବେବି ଗୋମସେ ର ସୁ-ପରିକଳ୍ପିତ ମୃତ୍ୟୁ ପଛରେ ରହିଛି ଅନେକ ବଡ ବଡ଼ ପ୍ରଭାବଶାଳୀ ଲୋକମାନଙ୍କ ହାତ । ଡକ୍ଟର କଲ ଏବଂ ଗୁରୁଶର୍ମା ଙ୍କ ଟାର୍ଗେଟରେ ଥିବା ଯାଶ ସାମଲ କୁ ଜୀବନରୁ ମାରିଦେବାକୁ ସବୁ ପ୍ରକାର ଚେଷ୍ଟା କରିଥିବା ବେଳେ ସେମାନଙ୍କ କବଳରୁ ମୁକ୍ତି ପାଇ ନର୍ସ ବେବି ଗୋମସେ ର ହତ୍ୟାକାରୀ କୁ ଉପଯୁକ୍ତ ଶାସ୍ତି ଦେବା ସହିତ ନକଲି ଔଷଧର କଳାବଜାରୀର କଣ କରିପାରିବ ପର୍ଦ୍ଦାଫାସ ? ଧାରାବାହିକ ଜାଗୃତି ପ୍ରତ୍ୟେକ ଦିନ ସନ୍ଧ୍ୟା ୫:୩୦ ରେ ନିୟମିତ ଦେଖିଲେ ଆପଣ ସବୁ ପ୍ରଶ୍ନର ଉତ୍ତର ପାଇପାରିବେ ।

Leave A Reply

Your email address will not be published.