ଡିଏସ କୁଟ୍ଟେଙ୍କ ନିଲମ୍ବନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ପାଣ୍ଡିଆନ, ପ୍ରେସମିଟ୍‌ କରି କହିଦେଲେ ଭିତିରି କଥା

0

ଅଫିସର ଡିଏସ କୁଟ୍ଟେଙ୍କ ନିଲମ୍ବନ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସକାଳୁ ସକାଳୁ ପ୍ରେସମିଟ୍‌ କରି ସେ କହିଛନ୍ତି, ଭାଜପା ଯାହା ଚାହୁଁଛି ତାହା କରୁଛି। କୁଟ୍ଟେଙ୍କୁ ନିଲମ୍ବନ ଏପରି କରି ନିଲମ୍ବନ କରିବା, ଏହାଠାରୁ ଦୁର୍ଭାଗ୍ୟଜନକ ଆଉ କିଛି ନାହିଁ।

ଡିଏସ କୁଟ୍ଟେ ଓ ଆଶିଷ ସିଂ ବିରୋଧରେ ଇସିଆଇଙ୍କ କାର୍ଯ୍ୟାନୁଷ୍ଠାନ ନେଇ ପାଣ୍ଡିଆନ ଆହୁରି କହିଛନ୍ତି, ଭାଜପା ଯାହା ଚାହୁଁଛି ତାହା ହେଉଛି। ଏହାଠାରୁ ଦୁର୍ଭାଗ୍ୟଜନକ ଆଉ କିଛି ନାହିଁ। କିନ୍ତୁ ଏସବୁ ବିଜେଡି ଉପରେ କୌଣସି ପ୍ରଭାବ ପକେଇବ ନାହିଁ। ଡିଏସ କୁଟ୍ଟେଙ୍କ ସମୟରେ ଓଡ଼ିଶାରେ ନକ୍ସଲବାଦ କମିବାରେ ତାଙ୍କର ବଡ଼ ଭୂମିକା ଥିଲା। ସେ ଲାଇଫ ରିକ୍ସ ନେଇ ନକ୍ସଲମାନଙ୍କ ସହ ଲଢିଛନ୍ତି।

Leave A Reply

Your email address will not be published.