ଆଶ୍ଚର୍ଯ୍ୟ କରିବ ବିହାରର ରେଜଲ୍ଟ’, ରାହୁଲଙ୍କ ସହ ଆଲୋଚନା ସମୟରେ ତେଜସ୍ବୀଙ୍କ ଭବିଷ୍ୟବାଣୀ

0

ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ତେଜସ୍ବୀଙ୍କ ଅତିଥି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ଏହି ଭିଡିଓରେ ରାହୁଲ ଏବଂ ତେଜସୱୀ ମଟନ, ମାଛ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି।

ରାହୁଲ ଗାନ୍ଧୀ ତେଜସ୍ବୀଙ୍କୁ ପଚାରିଛନ୍ତି ବିହାର ନିର୍ବାଚନ ବିଷୟରେ ଆପଣ କ’ଣ ଅନୁଭବ କରୁଛନ୍ତି? ଏହା ଉପରେ ଆରଜେଡି ନେତା କୁହିଛନ୍ତି, ମୁଁ ଆରମ୍ଭରୁ କହିଛି ଯେ ବିହାରର ଫଳାଫଳ ଆଶ୍ଚର୍ଯ୍ୟଜନକ ହେବ। ଲୋକମାନେ କାମ ଦେଖିବାକୁ ଚାହାଁନ୍ତି। ଗତ ଥର (ପିଏମ ମୋଦି) ଆସି ତିନି-ଚାରି ସ୍ଥାନକୁ ଯାଇଥିଲେ। ଲୋକମାନେ ବୁଝିଛନ୍ତି ଯେ ମୋଦି ଜି ବହୁତ ମିଛ କହୁଛନ୍ତି । ରାହୁଲ ଏହା ଉପରେ କହିଛନ୍ତି, ସେ ବିନା ଦ୍ୱିଧାରେ ମିଛ କୁହନ୍ତି। ସେ କିଛି ବି କହିପାରନ୍ତି।

Leave A Reply

Your email address will not be published.