ଆଇଡିବିଆଇ ହାତେଇବା ଦୌଡରେ ସାମିଲ ହେଲେ ଘରୋଇ ବ୍ୟାଙ୍କ; ଜାଣନ୍ତୁ ଆଗ୍ରହୀ କମ୍ପାନୀ ମାନଙ୍କ ତାଲିକା

0

ନୂଆଦିଲ୍ଲୀ (ଆମ ଟିଭି); ଆଇଡିବିଆଇ ବ୍ୟାଙ୍କକୁ ଗତ କିଛି ଦିନ ହେଲା ଘରୋଇକରଣ କରିବାର ପ୍ରୟାସ ଚାଲିଥିଲା ଯାହାକି ଏବ ଶେଷ ପର୍ଯ୍ୟାୟରେ ପହଂଚିଛି । ଘରୋଇ କମ୍ପାନୀ ହାତରେ ଟେକିବା କଥା ସ୍ଥିର ହେବା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ଭାବ୍ୟ ନିବେଶ ପାଇଁ ଆଗ୍ରହୀ ସଂସ୍ଥା ମାନଙ୍କୁ ଅନୁମୋଦନ ପ୍ରଦାନ କରିଛି । ଏ ନେଇ ବିଡ୍ ଦାଖଲ କରିଥିବା କିିଛି ବ୍ୟାଙ୍କ ଓ ଘରୋଇ ଉଦ୍ୟୋଗୀ ମାନଙ୍କ ନାମ ସାମ୍ନାକୁ ଆସିଛି ।

ଏହି ସଂସ୍ଥା ଗୁଡିକ ମଧ୍ୟରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଫେୟାର ଫ୍ୟାକ୍ସ ଇଣ୍ଡିଆ, ଫାଇନାନ୍ସ ଇଣ୍ଡିଆ ହୋଲ୍ଡିଙ୍ଗସ୍ ଓ ଏମିରେଟସ୍ ଏନଡିବି ଆଦି ରହିଛି । ଫେୟାରଫ୍ୟାକ୍ସ ଏହି ଦୌଡରେ ବର୍ତ୍ତମାନ ପାଇଁ ଆଗୁଆ ରହିିଛି । ଫେୟାରଫ୍ୟାକ୍ସ ହେଉଛି କାନାଡାର କୋଟିପତି ପ୍ରେମ ୱଟସଙ୍କ ସଂସ୍ଥା । ଏହି ଅଗ୍ରଣୀ ସଂସ୍ଥା ୬୦.୭ ପ୍ରତିଶତ ଅଂଶଧନ କିଣି ପାରେ ବୋଲି କିଛି ସୂତ୍ରରୁ ଅନୁମାନ କରାଯାଉଛି ।

Leave A Reply

Your email address will not be published.