ରାଜ୍ୟ କଂଗ୍ରେସକୁ ବଡ଼ ଝଟକା: ହାତ ଛାଡ଼ିଲେ ପୂର୍ବତନ ସାଂସଦ ଓ ବିଧାୟକଙ୍କ ସମେତ ୩୦ରୁ ଅଧିକ ନେତା
ଭୁବନେଶ୍ୱର(ଆମ ଟିଭି): ରାଜ୍ୟ କଂଗ୍ରେସକୁ ବଡ଼ ଝଟକା। ପୁଣି ଦୁର୍ବଳ ହେଲା କଂଗ୍ରେସ ଗଡ଼। ପୂର୍ବତନ ସାଂସଦ ଓ ବିଧାୟକ ସମେତ ୩୦ରୁ ଅଧିକ କଂଗ୍ରେସକର୍ମୀ ଇସ୍ତଫା ଦେଇଛନ୍ତି। ଏନେଇ ପ୍ରେସମିଟ୍ କରି କଂଗ୍ରେସ ଛାଡିଥିବା ସୂଚନା ଦେଇଛନ୍ତି । କଂଗ୍ରେସ ଦଳ ନୀତି ଆଦର୍ଶରୁ ବିଚ୍ୟୁତ ହୋଇଛି । ଏଥିପାଇଁ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଦଳରେ କନ୍ଦଳ ସୃଷ୍ଟି କରୁଛନ୍ତି। ତେଣୁ ଏସବୁରେ ଅତିଷ୍ଠ ହୋଇ ଦଳ ଛାଡିଥିବା ସମସ୍ତେ କହିଛନ୍ତି । ଅନ୍ୟ ପଟେ କଟକ ଚୌଦ୍ବାର ବିଧାୟକ କଂଗ୍ରେସ ଦୁର୍ବଳ ହୋଇଥିବା ନେଇ ମୁହଁ ଖୋଲିଛନ୍ତି।
ସୂଚନା ମୁତାବିକ, ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା , ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ଅକ୍ଷୟ ମଲ୍ଲ ,ପିସିସିର ପୂର୍ବତନ ସଂପାଦକ ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ , ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର, ପୂର୍ବତନ ସାଧାରଣ ସଂପାଦକ ବିଶ୍ବଜିତ ଦାସ ଦଳ ଛାଡିଛନ୍ତି । ତେବେ ଏହି ସବୁ ନେତା କଣ ପାଇଁ କଂଗ୍ରେସ ଛାଡିଛନ୍ତି । ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ । ସେପଟେ କଂଗ୍ରେସ ନେତା ଇସ୍ତଫା ଦେବା ପରେ ମୁହଁ ଖୋଲିଛନ୍ତି ବିଧାୟକ ମୋକିମ୍ । ସେ କହିଛନ୍ତି ଯେ, ଏହା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦାୟକ । ମୋ ସହ କେହି ଆଲୋଚନା କରିନାହାନ୍ତି ।