ଲୋକସେବା ଭବନ ନାମ ହେବ ପରିବର୍ତ୍ତନ ! ରହିବ ସେହି ପୁରୁଣା ସଚିବାଳୟ

0

ଭୁବନେଶ୍ବର (ଆମ ଟିଭି): ଖୁବଶିଘ୍ର ଲୋକସେବା ଭବନ ନାମ ପରିବର୍ତ୍ତନ ହେବ। ଏ ନେଇ ମୋହନ ସରକାର ଚିନ୍ତା କଲେଣି। କାରଣ ବିଜେଡି ସରକାର ବେଳେ ସଚିବାଳୟକୁ ଲୋକସେବା ଭବନ ନାମରେ ନାମିତ କରିଥିଲେ। ହେଲେ ବର୍ତ୍ତମାନର ବିଜେପି ସରକାର ତାହାକୁ ପରିବର୍ତ୍ତନ କରି ସେହି ସଚିବାଳୟ ରଖିବେ ବୋଲି ଜଣାପଡିଛି। ଏଥିପାଇଁ ଯାହା ନିତିନିୟମ ତାହାର ଅନୁଧ୍ୟାନ କରିବା ପାଇଁ କୁହାଯାଇଛି।

ରାଜ୍ୟର ସର୍ବୋଚ୍ଚ ଅଫିସ ହେଉଛି ଏହି ଲୋକସେବା ଭବନ। ତେବେ ପୂର୍ବରୁ ଏହା ସଚିବାଳୟ ଭାବେ ନାମିତ ହେଇଥିଲା। କିନ୍ତୁ ତତକାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2019 ମସିହା ଜୁଲାଇ 30 ତାରିଖରେ ଏହା ଲୋକସେବା ଭବନ ହେବ ବୋଲି ବିଧାନସଭାରେ ଘୋଷଣା କରିଥିଲେ। ଏହାପରେ ସଚିବାଳୟ ଲୋକସେବା ଭବନ ଭାବେ ପରିବର୍ତ୍ତନ ହେଲା।

Leave A Reply

Your email address will not be published.