ଭାରତର ଓ୍ବାରେନ ବଫେଟ୍ ରାକେଶ ଝୁନଝୁନଓ୍ବାଲାଙ୍କ ପରଲୋକ

0

ନୂଆଦିଲ୍ଲୀ (ଆମ ଟିଭି): ବିଶିଷ୍ଟ ବ୍ୟବସାୟୀ ତଥା ଭାରତର ଓ୍ବାରେନ ବଫେଟ୍ ରାକେଶ ଝୁନଝୁନଓ୍ବାଲାଙ୍କ ପରଲୋକ । ୬୨ ବର୍ଷ ବୟସରେ ଶେନ ନିଶ୍ବାସ ତ୍ୟାଗ କରିଛନ୍ତି ଷ୍ଟକ୍ ମାର୍କେଟର ଜିଆଣ୍ଟସ୍‌ ଭାବେ ପରିଚିତ ରାକେଶ ଝୁନଝୁନଓ୍ବାଲା । ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୨/ ୩ ସପ୍ତାହ ପୂର୍ବରୁ ହିଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ତେବେ ରବିବାର ଭୋର୍‌ ୬ଟା ୪୫ରେ ହଠାତ୍‌ ରାକେଶଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ତାଙ୍କର ଦେହାନ୍ତ ହୋଇଛି । ରାକେଶ ଝୁନଝୁନଓ୍ବାଲାଙ୍କୁ ଭାରତର ଓ୍ବାରେନ୍‌ ବଫେଟ୍‌ ବୋଲି କୁହାଯାଏ ।

ଦୀର୍ଘଦିନ ଧରି ଅସୁସ୍ଥ ଥିଲା ରାକେଶ ଝୁନଝୁନଓ୍ବାଲା । ଶେଷ ଥର ପାଇଁ ଆକାଶ ଏୟାରର ଉଦଘାଟନ ଉତ୍ସବରେ ତାଙ୍କୁ ଦେଖିବାକୁ ମିଳିଥିଲା । କଲେଜ ଦିନରୁ ହିଁ ସେ ସେୟାର ମାର୍କେଟରେ ନିବେଶ କରିବା ଆରମ୍ଭ କରିଥିଲେ । ଦିନେ ମାତ୍ର ୧୦୦ ଡଲାର ନିବେଶ କରିଥିବା ରାକେଶ ଝୁନଝୁନଓ୍ବାଲା ପରବର୍ତ୍ତୀ ସମୟରେ ୬୦ ହଜାର କୋଟି ଟଙ୍କାର ମାଲିକ ହୋଇପାରିଥିଲେ ।

Leave A Reply

Your email address will not be published.