କଞ୍ଚାଲଙ୍କାରେ ଧମାଲ କରୁଛି ‘ବଦମାସ ଟୋକା’
ଭୁବନେଶ୍ବର (ଆମ ଟିଭି): ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆପରେ ଷ୍ଟ୍ରିମିଂ ହେଉଛି ନୂଆ ଓଡିଆ ସିନେମା ‘ବଦମାସ ଟୋକା’ । ଅଗଷ୍ଟ ୧୯ରୁ ଏହାର ଷ୍ଟ୍ରିମିଂ ଆରମ୍ଭ ହୋଇଛି । ଏସ କେ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାରେ ନାୟକ ସାଜିଛନ୍ତି ଉଦୟନ ଅପରଜିତ । ଉଦୟନଙ୍କ ବିପକ୍ଷରେ ନାୟିକା ରହିଛନ୍ତି ବେଙ୍ଗଲୀ ସୁନ୍ଦରୀ ମାଳବିକା ବାନାର୍ଜୀ । ଟିନଏଜକୁ ନେଇ ସିନେମାଟି ନିର୍ମାଣ ହୋଇଛି । ଯେଉଁଥିରେ ଉଦୟନଙ୍କ ନାଁ ରହିଛି ରୁଦ୍ର ଓ ସେ ଜଣେ କଲେଜ ଛାତ୍ର ଭାବେ ନଜର ଆସିଛନ୍ତି । କଲେଜ ଛାତ୍ରରୁ ବଦମାସ ଟୋକା ପର୍ଯ୍ୟନ୍ତ ଯାତ୍ରାକୁ ଚମତ୍କାର ଢ଼ଙ୍ଗରେ ପରିବେଷଣ କରାଯାଇଛି ।

ଓଡିଆ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆରମ୍ଭରୁ ଦର୍ଶକଙ୍କ ହୃଦୟରେ ରାଜ କରି ଚାଲିଛି । ଏହାକୁ ଟକ୍କର ଦେବା ଭଳି ପ୍ଲାଟଫର୍ମ ଓଡିଶାରେ ନଥିବା ବେଳେ ଦମଦାର କଣ୍ଟେଣ୍ଟ ଦର୍ଶକଙ୍କ ମନ କିଣିଛି । ନିକଟରେ ରିଲିଜ ହୋଇଥିବା ଗ୍ୟାଙ୍ଗସ ଅଫ ପୁରୀକୁ ୫୦ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଥିବା ବେଳେ ସ୍ୱର୍ଗତ ମିହିର ଦାସଙ୍କ ଅଭିନୀତ ଭିଜାମାଟିର ସ୍ୱର୍ଗ ଆଜି ବି ଜୀବନ୍ତ ହୋଇ ରହିଛି । ବ୍ରେକଅପ୍ ରୁଲସ, ମେନ ଫର ସେଲ, ଏକ୍ସପୋଜ, ଏ ମନ ମାନେନା ଭଳି କଣ୍ଟେଣ୍ଟ ପାଇଁ କଞ୍ଚାଲଙ୍କା ଓଡିଆ ଓଟିଟି ଦୁନିଆରେ ବାଦଶାହ ହୋଇପାରିଛି ।
