ଭୁସୁଡୁଛି ଲାଲଗଡ଼, ଆତ୍ମସର୍ମପଣ କଲେ ୧୫୦ ମାଓ ସମର୍ଥକ

0

ଚିତ୍ରକୋଣ୍ଡା(ଆମ ଟିଭି): ଭୁସୁଡୁଛି ଲାଲଗଡ଼। ମୁଖ୍ୟ ସ୍ରୋତକୁ ଫେରିଲେ ୧୫୦ ମିଲିସିଆ । ଦୀର୍ଘ ଦିନ ପରେ ଏମିତି ଦେଖିବାକୁ ମିଳିଛି ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ । ମାଲକାନଗିରି ପୋଲିସ ଓ ବିଏସଏଫ ଡିଆଇଜିଙ୍କ ନିକଟରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଲେଗାଡ଼ା ପଞ୍ଚାୟତର ୧୫୦ ରୁ ଉର୍ଦ୍ଧ ମିଲିସିଆ ଆତ୍ମସମର୍ପଣ କରିଛନ୍ତି। ବିଶେଷ କରି ରାଜ୍ୟ ସରକାରଙ୍କ ଉନ୍ନୟନ ମୁଳକ କାର୍ଯ୍ୟକ୍ରମକୁ ଦେଖି ମୁଖ୍ୟ ସ୍ରୋତକୁ ଫେରିବା ସହ ସୁରକ୍ଷା କର୍ମୀଙ୍କ ସହ ମିଶି ମାଓ ସହିଦ ସ୍ତୁପକୁ ଭାଙ୍ଗିଛନ୍ତି । ପୂର୍ବରୁ ଏହି ସମର୍ଥକ ମାନେ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ । କିନ୍ତୁ ସ୍ୱାଭିମାନ ଅଞ୍ଚଳରେ ଏକାଧିକ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ଯବାନ ମାନଙ୍କ ଘନ ଘନ କମ୍ବିଂ ଅପରେସନ କାରଣରୁ ମାଓବାଦୀଙ୍କ ଲାଲ ଗଡ ଭୁଶୁଡି ପଡିଛି।

ମାଲକାନଗିରି ଏସପି ନିତେଶ ୱାଧମାନି, ବିଏସ ଏଫ ଡିଆଇଜି ଏସ.କେ ସିହ୍ନା, ଚିତ୍ରକୋଣ୍ଡା ଏସ୍ଡ଼ିପିଓ ଅଂଶୁମାନ ଦିବେଦିଙ୍କ ସହ ଚିତ୍ରକୋଣ୍ଡା ଓ ଯୋଡ଼ାଆମ୍ବ ଥାନା ଅଧିକାରୀ ସାମିଲ ଥିଲେ। ଆଗାମି ଦିନରେ ଆତ୍ମ ସମର୍ପଣ କରିଥିବା ମାଓ ସମର୍ଥକ ମାନେ ଏଥର ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ସହ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଏମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ମାଲକାନଗିରି ବିଏସ୍ଏଫ୍ ଡିଆଇଜି କହିଛନ୍ତି ।

Leave A Reply

Your email address will not be published.