ପାନାଜୀ (ଆମ ଟିଭି): ବିଜେପି ନେତା ତଥା ସୋସିଆଲ ମିଡିଆ ତାରକା ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ପୋଲିସ ଏକ ବଡ ଖୁଲାସା କରିଛି। ସୋନାଲି ଫୋଗାଟଙ୍କ ପାନରେ କିଛି ମିଶ୍ରିତ ହୋଇଛି ବୋଲି ଗୋଆ ପୋଲିସ ଦାବି କରିଛି। କେବଳ ଏତିକି ନୁହେଁ, ପୋଲିସ କହିଛି ଯେ, ଏପରି କରୁଥିବା ଦୁଇ ଜଣଙ୍କୁ ଶୀଘ୍ର ଗିରଫ କରାଯିବ। ଗୋଆ ଆଇଜି ଓମବୀର ସିଂ ବିଷ୍ଣୁ କହିଛନ୍ତି ଯେ ସିସିଟିଭି ଫୁଟେଜରେ ସୋନାଲି ଫୋଗାଟ ଏବଂ ତାଙ୍କ ସହଯୋଗୀ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ସିଂ ତାଙ୍କ ସହ ଏକ କ୍ଲବରେ ପାର୍ଟି କରୁଥିବା ଦେଖାଯାଇଛି। ଭିଡିଓରେ ଦର୍ଶାଯାଇଛି ଯେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୋନାଲି ଫୋଗାଟଙ୍କୁ ଏହି ପାନୀୟ ପିଇବାକୁ ବାଧ୍ୟ କରିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ବିଷ୍ଣୁ କହିଛନ୍ତି ଯେ ପଚରାଉଚରା ବେଳେ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ସିଂ ସ୍ୱୀକାର କରିଛନ୍ତି ଯେ ସେମାନେ ଫୋଗାଟଙ୍କ ପାନରେ ଏକ ରାସାୟନିକ ମିଶ୍ରଣ କରିଛନ୍ତି। ଏହା ପରେ ତାଙ୍କୁ ପାନୀୟ ଜବରଦସ୍ତ ଦିଆଯାଇଥିଲା। ସୋନାଲି ଫୋଗାଟଙ୍କୁ ଅଗଷ୍ଟ ୨୩ ରେ ସେଣ୍ଟ ଆନ୍ଥୋନି ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଥିବା ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାରମ୍ଭରେ କୁହାଯାଇଥିଲା ଯେ ହୃଦଘାତରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଛି। କିନ୍ତୁ କିଛି ଘଣ୍ଟା ପରେ କାହାଣୀଟି ବଦଳିଗଲା, ଯେତେବେଳେ ପରିବାର ସଦସ୍ୟ କହିଥିଲେ ଯେ ସେ ସମ୍ପୂର୍ଣ୍ଣ ଫିଟ୍ ଏବଂ ହୃଦଘାତ ହୋଇ ନ ପାରେ ଜ୍ଝ ତାଙ୍କ ସହଯୋଗୀମାନେ ମଧ୍ୟ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୋଗ କରିଛନ୍ତି।