ମରାଠା ସଙ୍ଗଠନ ସମ୍ଭାଜୀ ବ୍ରିଗେଡ ସହ ମେଣ୍ଟ ଘୋଷଣା କଲେ ଉଦ୍ଧବ ଠାକରେ

0

ମୁମ୍ବାଇ (ଆମ ଟିଭି): ମରାଠା ସଙ୍ଗଠନ ସମ୍ଭାଜୀ ବ୍ରିଗେଡ ସହ ମେଣ୍ଟ ଘୋଷଣା କଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ରାଜ୍ୟରେ ଶିବ ସେନା ଏବେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଓ ଏଥିଯୋଗୁ କ୍ଷମତା ହରାଇବା ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛି। ତେବେ ସମ୍ଭାଜୀ ବ୍ରିଗେଡ ସହ ମେଣ୍ଟ ବୈଚାରୀକ ଓ ସମ୍ବିଧାନ ତଥା ଆଞ୍ଚଳିକ ଗୌରବ କାୟମ ରଖିବା ପାଇଁ କରାଯାଇଛି ବୋଲି ଉଦ୍ଧବ କହିଛନ୍ତି।  ଉଦ୍ଧବ କହିଛନ୍ତି ଯେ ସମ୍ଭାଜୀ ବ୍ରିଗେଡରେ ବିଚାରଧାରା ଲାଗି ଲଢିବା ପାଇଁ ଲୋକେ ଅଛନ୍ତି। ହେଲେ ଆରଏସଏସ ଓ ବିଜେପିରେ ଏବେ ନାହାଁନ୍ତି। ତେବେ ଏକନାଥ ସିନ୍ଦେଙ୍କୁ ସେ କଣ୍ଟ୍ରାକ୍ଟ ସିଏମ କହି ନଥିବା ଉଦ୍ଧବ କହିଛନ୍ତି।

ଶିବସେନା ମୁଖ୍ୟ ଦଶହରା ଆଖପାଖରେ ସେ ରାଜ୍ୟ ଗସ୍ତ କରିବେ ବୋଲି କହିଛନ୍ତି। ତେବେ ବର୍ତ୍ତମାନ ସଙ୍ଗଠନ ନିର୍ମାଣ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ ରହିଥିବା କହିଛନ୍ତି।    ତେବେ ଗତ ୨ ମାସରେ ଅନେକ ଏପରି ପାର୍ଟି ଶିବସେନା ସମ୍ପର୍କରେ ଆସିଛନ୍ତି ଯେଉଁମାନେ ଅତୀତରେ ଶିବସେନାର ବୈଚାରିକ ସମ୍ପର୍କରେ ଥିଲେ ବୋଲି ଉଦ୍ଧବ କହିଛନ୍ତି। ଏବେ ପାର୍ଟିମାନେ ଆଞ୍ଚଳିକ ଗୌରବ ଓ  ରାଜନୈତିକ ହୀତ ଦୃଷ୍ଟିରୁ ଏକଜୁଟ ଭାବେ କାମ କରିବାକୁ ଆଗ୍ରହୀ ଥିବା ଉଦ୍ଧବ କହିଛନ୍ତି।  ଏଥିରେ ସମ୍ଭାଜୀ ବ୍ରିଗେଡ ୨୦୧୬ ମସିହାରେ ପ୍ରଥମ ରାଜନୈତିକ ଶାଖା ସ୍ଥାପନା କରିଥିଲା।

Leave A Reply

Your email address will not be published.