ମୁର୍ଶିଦାବାଦ ହିଂସାକୁ ନେଇ ବଡ଼ ଖବର ; ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଲାଗିଲା ସଂଗୀନ ଅଭିଯୋଗ

0

ପଶ୍ଚିମବଙ୍ଗ ମୁର୍ଶିଦାବାଦ ହିଂସାକୁ ନେଇ ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀଙ୍କ ବଡ଼ ବୟାନ । ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । କହିଛନ୍ତି, ମୁର୍ଶିଦାବାଦରେ ୱାକଫ୍ ସଂଶୋଧନ ଆଇନ ବିରୋଧରେ ହୋଇଥିବା ହିଂସା ଘଟଣାରେ ହିନ୍ଦୁ ସମ୍ପ୍ରଦାୟଙ୍କୁ ଟାର୍ଗେଟ୍‌ କରାଯାଇଥିଲା ଏବଂ ଏଥିରେ ଟିଏମ୍‌ସି ନେତାମାନେ ଜଡ଼ିତ ଥିଲେ । କୋଲକାତା ହାଇକୋର୍ଟ ଗଠିତ ତଦନ୍ତ କମିଟିର ରିପୋର୍ଟ ଅନୁଯାୟୀ, ବେତବୋନା ଗାଁରେ ୧୧୩ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ତ୍ରିବେଦୀ ଦାବି କରିଛନ୍ତି ଯେ, ମମତାଙ୍କ ନେତୃତ୍ୱରେ ରାଜ୍ୟ ଅରାଜକତା ଆଡ଼କୁ ଗତି କରୁଛି ଏବଂ କେନ୍ଦ୍ରୀୟ ଆଇନକୁ ଅମାନ୍ୟ କରିବା ସମ୍ବିଧାନର ଅପମାନ । ବିଜେପି ସାଂସଦ କହିଛନ୍ତି, ପହଲଗାମ୍ ଆକ୍ରମଣ ଭଳି ମୁର୍ଶିଦାବାଦ ଘଟଣା ସାମଞ୍ଜସ୍ୟ ରହିଛି । ମୁର୍ଶିଦାବାଦରେ ମଧ୍ୟ ଗଣିଗଣି ହିନ୍ଦୁଙ୍କୁ ଟାର୍ଗେଟ୍‌ କରାଯାଇଛି, ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରାଯାଇଛି । ମୁର୍ଶିଦାବାଦ ହିଂସା ଘଟଣାରେ ଏସ୍‌ଆଇଟି ଉପରେ ଆସିବା ପରେ ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି ।

Leave A Reply

Your email address will not be published.