ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ ୨୦୨୨ ସଫ୍ଟୱେର ଗ୍ରାଣ୍ଡ ଫାଇନାଲ: ୱେଲଫେୟାର ଇନଷ୍ଟିଚୁଟ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜିର କ୍ୱେରୀ କ୍ରିଉ ବିଜୟୀ
ଭୁବନେଶ୍ୱର(ଆମ ଟିଭି): ସିଭି ରମଣ ଗ୍ଲୋବାଲ ୟୁନିଭରସିଟି କ୍ୟାମ୍ପସରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ ୨୦୨୨ ସଫ୍ଟୱେର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ । 25ଟି ଟିମର 200 ପ୍ରତିଯୋଗୀ ଏହି SIH – 2022 ରେ ସାମିଲ ହୋଇଥିବା ବେଳେ ଆୟୋଜକ କେନ୍ଦ୍ର ଗ୍ରାମ୍ୟ ମନ୍ତ୍ରାଳୟ ତରଫରୁ 9ଟି ପ୍ରୋବ୍ଲେମ ଷ୍ଟେଟମେଣ୍ଟ ଦିଆଯାଇଥିଲା । 36 ଘଣ୍ଟା ନିରନ୍ତର ଭାବେ ପ୍ରତିଯୋଗୀ ମାନେ କୋଡ଼ିଙ୍ଗ କରିଥିଲେ ।
ବାଙ୍ଗାଲୋର ଡୋନ ବସ୍କୋ ଇନଷ୍ଟିଚୁଟ ଅଫ ଟେକନୋଲୋଜିର ବିଆର ପ୍ଲାନ , ଆଇଆଇଟି ଭିଲାଇର ଆଣ୍ଟନ, ଆଇଆଇଟି କଲ୍ୟାଣୀର ସାମୁରାଇ, ୱେଲଫେୟାର ଇନଷ୍ଟିଚୁଟ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜିର କ୍ୱେରୀ କ୍ରିଉ ବିଜେତା ହୋଇଥିବା ବେଳେ ସମସ୍ତ ଚାରି ବିଜେତା ଟିମକୁ 1 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏଥିସହିତ ସିଜିୟୁର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୀବ ରାଉତ ଅନ୍ୟ ଦୁଇ ଜୁନିଅର ବିଜେତା ଟିମକୁ ପୁରସ୍କୃତ କରିଥିଲେ ।