ଦିନକ ପରେ ନେଇ ଥାଆନ୍ତେ ଅବସର, ମାଡିବସିଲା ଭିଜିଲାନ୍ସ; ଘରୁ ମିଳିଲା ୩ କୋଟି ନଗଦ ଟଙ୍କା

0

ଭୁବନେଶ୍ବର (ଆମ ଟିଭି): ଆଜି ଭିଜିଲ୍ନାସ ଜାଲରେ ଫସିଛି ବଡ ମାଛ। ସେ ହେଉଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ। ଦୁଇଦିନ ପରେ ସେ ଅବସର ଗ୍ରହଣ କରିଥାଆନ୍ତେ। ହେଲେ ତାଙ୍କର ଭାଗ୍ୟ ଖରାପ। ତାପୂର୍ବରୁ ମାଡି ବସିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ ତାଙ୍କର ଅନୁଗୁଳ, ଢେଙ୍କାନାଳ ଏବଂ ଭୁବନେଶ୍ବର ଘରେ ଚଢାଉ କରିଛି।

ଏହି ଚଢାଉ ବେଳେ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରୁ ନଗଦ ୨ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ସେହିପରି ଅନୁଗୁଳ ସ୍ଥିତ ବାସଭବନରୁ ମଧ୍ୟ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ପରିସ୍ଥିତି ଏପରି ହୋଇଛି ଯେ, ଘରେ ଭିଜିଲାନ୍ସ ରେଡ କରିବା ଜାଣିବା ପରେ ସେ ଝରକା ବାଟେ ଟଙ୍କା ଫିଙ୍ଗି ଦେଇଥିବାର ଜଣାପଡିଛି। ତେବେ ଚଢାଉ ଜାରୀ ରହିଥିବାରୁ କେତେ ସଂପତ୍ତି ମିଳିଲା ତାହା ଜଣାପଡି ନାହିଁ।

Leave A Reply

Your email address will not be published.