ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଭିଡିଓ ଭାଇରାଲ୍

0

ପୁରୀ (ଆମ ଟିଭି): ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପୁଣି ପ୍ରଶ୍ନବାଚୀ। ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ ହେଉଥିବା ଡ୍ରୋନ ଭିଡିଓରେ ଜଣେ ଚୁନରା ସେବକଙ୍କ ଚିତ୍ର ବାରମ୍ବାର ଦେଖିବାକୁ ମିଳିଛି। ଡ୍ରୋନ ଉଡିବା ସମୟରେ ସେ ଏନେଇ ଅବଗତ ଥିବା ଦୃଶ୍ୟରେ ବାରି ହୋଇପଡୁଛି। କାରଣ ତାଙ୍କ ଚିତ୍ର ଉତ୍ତୋଳନ ହେଉଥିବା ସମୟରେ ସେ କ୍ୟାମେରାକୁ ଦେଖି ମୁଣ୍ଡିଆ ମାରୁଛନ୍ତି। ସେ ଭିଡିଓଟି ମଧ୍ୟ ଏଡିଟି କରାଯାଇଛି।

ଚୁନରା ସେବକ ଜଣକ ଦେଉଳ ଉପରେ ୧୪ ହାତିଆ ମୁଖ୍ୟ ବାନା ଲଗାଉଥିବା ସମୟର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି। ଯେଉଁଠି ଆଣ୍ଟି ଡ୍ରୋନ ସିଷ୍ଟମର କଥା କୁହାଯାଉଛି ସେଠାରେ କିଭଳି ସାହାସ କରି ଡ୍ରୋନ ଉଠାଯାଉଛି, ତାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.