ଏନଡିଏ ଘୋଷଣା କଲା ଉପରାଷ୍ଟ୍ରପତି ପ୍ରାର୍ଥୀ, ଜାଣନ୍ତୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ବାବଦରେ

0

ନୂଆଦିଲ୍ଲୀ (ଆମ ଟିଭି):  ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି କି, ସିପି ରାଧାକୃଷ୍ଣନ ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି । ଏହା ପୂର୍ବରୁ ସେ ଝାଡ଼ଖଣ୍ଡର ବି ରାଜ୍ୟପାଳ ଥିଲେ । ସେ ୪୦ ବର୍ଷ ଧରି ରାଜନୀତିରେ ରହିଛନ୍ତି । ଏହାସହ ସେ ୨ ଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ସିିପି ରାଧାକୃଷ୍ଣନ ୨୦୦୪-୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଥିଲେ ।

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ହେଲେ ଇଣ୍ଡିଆ ମେଣ୍ଟ ତରଫରୁ ଏନେଇ କୌଣସି ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିନାହିଁ । ହେଲେ ବିରୋଧୀ ମେଣ୍ଟ ତରଫରୁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.