କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ନବଜାତର ମୃତ୍ୟୁ ହେଲେ ମିଳିବ ଅଧିକ ୬୦ ଦିନ ଛୁଟି
ନୂଆଦିଲ୍ଲୀ(ଆମ ଟିଭି): ମହିଳା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବଡ ଘୋଷଣା । କୌଣସି ମହିଳା କର୍ମଚାରୀ ପ୍ରସବ ସମୟରେ ବା ପ୍ରସବର କିଛି ସମୟ ପରେ ସେମାନଙ୍କ ପିଲାଟିର ମୃତ୍ୟୁ ହୋଇଯାଏ ତେବେ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ମିଳିବ ଅଧିକ ୬୦ ଦିନ ଛୁଟି । କର୍ମଚାରୀ ଓ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ପ୍ରବସ ପରେ ନବଜାତର ମୃତ୍ୟୁ ହେଲେ ଅଥବା ମା’ ପେଟରେ ହିଁ ପିଲାଟିର ମୃତ୍ୟୁ ହେଲେ ନିଜ ଛୁଆକୁ ହରାଇବା ଏକ ମା’ ପାଇଁ ସବୁଠୁ କଷ୍ଟଦାୟକ ଅନୁଭୂତି। ଏହା ମା’କୁ ମାନସିକ ଭାବେ ଶକ୍ତ ଧକ୍କା ଦେଇଥିବା ବେଳେ ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ମହିଳାଜଣକ ସମୟ ନେଇଥାଏ। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।