ଆଜି ନୂଆପଡା ଉପ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ; ନିର୍ବାଚନ ସଭାରେ ଯୋଗଦେବେ

0

ଭୁବନେଶ୍ୱର (ଆମ ଟିଭି): ଆଜି ନୂଆପଡା ଉପ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନବୀନ । ନିର୍ବାଚନ ସଭାରେ ଯୋଗଦେବେ ବିରୋଧୀ ଦଳ ନେତା ପୂର୍ବତନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗୀନ ଛୁରିଆଙ୍କ ପାଇଁ ମାଗିବେ ଭୋଟ । ଭୁବନେଶ୍ୱରରୁ ଆଜି ସକାଳ ୯.ଘଣ୍ଟା ୪୫ ମିନିଟ ରୁ ବାହାରି ୧୦ ଘଣ୍ଟା. ୪୫ ମିନିଟ ରେ ନୂଆପଡ଼ା ଗୌତମା ଏୟାର ଷ୍ଟ୍ରିପରେ ପହଞ୍ଚିବେ। ସେଠାରୁ ସେତନ୍ତ୍ର ହେଲିକପ୍ଟରରେ ସମ୍ଭବ ଅସ୍ଥାୟୀ ହେଲିପେଡରେ ୧୧ ଘଣ୍ଟା ୧୫ ମିନିଟ ରେ ପହଞ୍ଚିବେ। ସେଠାରେ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ସଭାରେ ଉଦବୋଧନ ଦେବେ। ପରେ ଭୁବନେଶ୍ବର ଫେରିଆସିବେ ।

କଂଗ୍ରେସ ପକ୍ଷରୁ ଗତକାଲି ବିଶାଲ ବାଇକ୍ ରାଲି ପରେ ଆଜି ପଦଯାତ୍ରା କାର୍ଯ୍ୟକ୍ରମ । କୋମନା ବ୍ଲକ୍ ଜୋନ୍-୨ ଅନ୍ତର୍ଗତ ଦାନଝୋଲା ଠାରୁ କୋଟାପାଲି, ଗଣ୍ତାମେର ଦେଇ କାଣ୍ଡେତରା ପର୍ଯ୍ୟନ୍ତ ପଦଯାତ୍ରା କରିବେ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ।

ଗତକାଲି ୧୦ କିଲୋମିଟର ବାଇକ ରାଲି କରିଥିଲେ ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ । ତେବେ ଆସନ୍ତା ୭ ତାରିଖରେ କ୍ୟାମ୍ପେନକୁ ଜୋରଦାର କରିବାକୁ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ରେଭନ୍ଥ ରେଡ୍ଡୀ ।

Leave A Reply

Your email address will not be published.