ଅଭିନେତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ସୁଟିଂ ସାରି ଫେରିବାବେଳେ କେନାଲକୁ ଖସିଲା କାର
ବରିଷ୍ଠ ସିନେ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ଆଜି ସକାଳେ କଟକରୁ ଶୁଟିଂ ସାରି କଳାରାହଙ୍ଗ ସ୍ଥିତ ବାସଭବନକୁ ପ୍ରତାପନଗରୀ କେନାଲ ରୋଡ୍ ବାଟ ଦେଇ ଫେରିବା ବେଳେ ପଟିଆ ନୂଆ ରେଳ ଷ୍ଟେସନ ପାଖ କେନାଲକୁ ଖସିଲା କାର l ନିଜେ କାର ଚଳାଇ ଫେରୁଥିବା ବେଳେ କାର ସାମ୍ନାକୁ ଗୋଟିଏ କୁକୁର ଆସିଯିବାରୁ କାଳେ କୁକୁର ସହିତ ମାଡ଼ ହେଇଯିବ ଭାବି ଷ୍ଟିଅରିଙ୍ଗ ମୋଡି ଦେଇଥିଲେ ଯାହା ଫଳରେ କାର ଟି କେନାଲ ତଳକୁ ଖସି ଯାଇଥିଲା l ତେବେ କାର ଟି ପାଣି ଭିତରକୁ ଯିବା ପୂର୍ବରୁ ନିଜେ ବ୍ରେକ୍ ମାରି ଅଟକାଇ ଦେଇଥିଲେ l ତାଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ଚି କାର ଟିକୁ ଉପରକୁ ଆଣିଥିଲେ l ସୂଚନା ଅନୁଯାୟୀ ଉଭୟ କାର ଏବଂ ଅଭିନେତା ଅଶ୍ରୁ୍ମୋଚନଙ୍କର କୌଣସି କ୍ଷତି ହୋଇନାହିଁ l