ବଢିଲା ରେଳ ଟିକଟ ଦର । ସାରା ଦେଶରେ ରେଳ ଟିକଟ ଦର ବଢିଛି । ବର୍ଦ୍ଧିତ ଟିକଟ ଦର ଅନୁସାରେ , ନନ୍ ଏସିରେ ୫୦୦ କିମି ଯାତ୍ରା କରିବ ପାଇଁ ଅଧିକ ୧୦ଟଙ୍କା ଦେବାକୁ ପଡିବ । ସାଧାରଣ ବର୍ଗରେ ୨୧୫ କିମିରୁ ଅଧିକ ଦୂର ଯାତ୍ରା ପାଇଁ କିମି ପିଛା ଏକ ପଇସା ବୃଦ୍ଧି କରିଛି ରେଳ ବିଭାଗ ।
ସେହିପରି ମେଲ୍/ଏକ୍ସପ୍ରେସ ନନ୍ ଏସି ପାଇଁ କିମି ପିଛା ୨ପଇସା ବୃଦ୍ଧି ହୋଇଛି । ଲୋକାଲ ରେଳ ଟିକଟ ଓ ମାସିକିଆ ଟିକଟରେ କୌଣସି ବୃଦ୍ଧି ହୋଇ ନଥିବା ସୂଚନା ରହିଛି । ଏସି ଯାତ୍ରା ପାଇଁ କିମି ପିଛା ୨ପଇସା ବୃଦ୍ଧି କରାଯାଇଛି । ଚଳିତ ଆର୍ଥିକ ବର୍ଷ ଅଧିକ ୬୦୦କୋଟି ଟଙ୍କାର ଆୟ ଲକ୍ଷ ରଖି ରେଳ ବିଭାଗ ଏହି ନିଷ୍ପତ୍ତି ନେଇଛି ।ଏହି ବର୍ଦ୍ଧିତ ଦର ଆସନ୍ତା ୨୬ ତାରିଖରୁ ଲାଗୁ ହେବ ବୋଲି ସୂଚନା ରହିଛି ।