କଟକ: କଟକ ବଡ଼ ମେଡିକାଲ ନନ ଟ୍ରମା କାଜୁଆଲଟିରେ ପୁଣି ନିଆଁ । ସର୍ଟସର୍କିଟ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ରୋଗୀ । ନନ ଟ୍ରମା କାଜୁଆଲଟିରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ । ଧୂଆଁ ବାହାରିବା କାରଣରୁ ସ୍ମୋକ ଡିଟେକ୍ଟର ଅକ୍ଟିଭ ହୋଇ ଯାଇଥିଲା । ସଠିକ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏକ ପ୍ୟାନେଲ ବୋର୍ଡରେ ସର୍ଟସର୍କିଟ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରେ ରହିଛି ।
ରବିବାର ରାତିରେ SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଟ୍ରମା କେୟାର ICUରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଥିଲା । SCB ଆଗରେ କାନ୍ଦବୋବାଳି ପଡ଼ିଥିଲା। ଗୁରୁତର ରୋଗୀଙ୍କୁ ନ୍ୟୁ ମେଡିସିନ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ଶୁଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସସିବିରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ନିଉ ମେଡ଼ିସିନ ୱାର୍ଡକୁ ପ୍ରଥମେ ଯାଇଥିଲେ ।
ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କରିଥିଲେ । ବିଦ୍ୟୁତ୍ ସର୍ଟସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା । ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ଥିଲେ ୨୩ ରୋଗୀ । ୨୩ ରୋଗୀଙ୍କ ସ୍ଥାନାନ୍ତର ସମୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।