ଏବେ ବି ପାଣ୍ଡିଆନଙ୍କ କବ୍‌ଜାରେ ରହିଛି ବିଜେଡି: ଦେବୀ ରଂଜନ ତ୍ରିପାଠୀ

0

ଆଜି ବର୍ଷିଛନ୍ତି ବିଜେଡି ନେତା ଦେବୀ ରଞ୍ଜନ ତ୍ରିପାଠୀ। ଏବେ ବି ପାଣ୍ଡିଆନଙ୍କ କବ୍‌ଜାରେ ବିଜେଡି କହି ବର୍ଷିଲେ ଦେବୀ ରଞ୍ଜନ ତ୍ରିପାଠୀ । ଏହା ସହ ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା ପଚାରିଛନ୍ତି। ଏଥି ସହିତ ଆସିଥିବା ସୋ କଜ୍ ନୋଟିସ୍ ପ୍ରସଙ୍ଗରେ ଜବାବ ରଖିଛନ୍ତି ଦେବୀ ରଂଜନ ତ୍ରିପାଠୀ କହିଛନ୍ତି ବିଜେଡିର ପ୍ରାଥମିକ ସଦସ୍ୟତା ପଦ ଛାଡିବା ପ୍ରଶ୍ନ ଉଠୁ ନାହିଁ । ମୁଁ ବିଜେଡି ନେତା, ସାଧାରଣ ସମ୍ପାଦକ ରହିଛି । ମୁଁ ବିଶ୍ୱାସଘାତ କରିନାହିଁ । ଯାହା ମତେ ଠିକ ଲାଗିଛି ମୁଁ ତାହା କରିଛି ।

ମୁଁ ବିଜୁ ବାବୁଙ୍କ ଆଦର୍ଶରେ ଏବେ ବି ବିଜେଡିରେ ଜଡିତ ଅଛି । ମାର୍ଚ୍ଚ ୨୦ ସୁଦ୍ଧା କାରଣ ଦର୍ଶାଓ ନୋଟିସ ପାଇଁ ଜବାବ ରଖିବି । ଅପେକ୍ଷା କର କଣ ହେଉଛି । ଆଇନ ଅନୁଯାୟୀ ଜବାବ ରଖିବି । ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମଧ୍ୟ ସିଧାସଳଖ ନବୀନଙ୍କୁ ଟାର୍ଗେଟ୍‌ କରି ଦେବୀ ରଂଜନ ତ୍ରିପାଠୀ କହିଛନ୍ତି। ପୂର୍ବରୁ ୨୦ ବିଧାୟକଙ୍କ ଉପସ୍ଥିତିରେ କହିଥିଲେ ଟ୍ରଷ୍ଟ ବିଷୟରେ ଜାଣି ନାହାନ୍ତି । ଏନେଇ ପ୍ରଭାତ ବିଶ୍ବାଳଙ୍କ ଅଭିଯୋଗକୁ ଭିତ୍ତିହୀନ କହିଥିଲେ ନବୀନ ।ତେଣୁ ଆଜି ନବୀନ ବାବୁ ଚାପରେ ଆସି ଏହା କହିଥାଇ ପାରନ୍ତି । ମୁଁ ବିଜେଡିର ନୀତି ଆଦର୍ଶ ସହ ରହିଛି, ମାତ୍ର ନିଷ୍ପତ୍ତି ସହିତ ନାହିଁ । ବିଜେଡିର ଅଣକଂଗ୍ରେସ ଚିନ୍ତାଧାରା ସହ ଅଛି, ଚାଟୁକାରଙ୍କ ସହ ନାହିଁ ।

Leave A Reply

Your email address will not be published.