ଆଜିଠୁ ଆରମ୍ଭ ମାଟ୍ରିକ୍ ଖାତାଦେଖା। ସବଜେକ୍ଟିଭ୍ ପେପର୍ ଦେଖିବେ ନୀରିକ୍ଷକ। ରାଜ୍ୟରେ ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ସେଥିପାଇଁ ୧୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଛି। ତେବେ ପୂର୍ବରୁ ଓଏମଆର ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବାବେଳେ ଆଜିଠାରୁ ସବଜେକ୍ଟିଭ୍ ଖାତା ଦେଖାଯିବ। ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ। ସିସିଟିଭି କ୍ୟାମେରା ବ୍ୟବସ୍ଥା ସହ ନୀରିକ୍ଷକମାନଙ୍କୁ ମୋବାଇଲ ବାରଣ କରାଯାଇଛି । ମୂଲ୍ୟାୟନ ପକ୍ରିୟା ତ୍ରୁଟିଶୂନ୍ୟ କରିବାକୁ ଵୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ତେବେ ଚଳିତ ବର୍ଷ ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ରାଜ୍ୟର ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ମାଟ୍ରିକ ପରୀକ୍ଷା ଶେଷ ହୋଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ଏକ୍ସପର୍ଟ ଅନୁସାରେ ନିଜ ଅଞ୍ଚଳରେ ଖାତା ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ଖାତା ଦେଖାରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ସଠିକ ଭାବେ ଖାତା ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋର୍ଡ। ତେବେ ଖାତା ଦେଖା ବେଳେ ଯଦି କୌଣସି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କିଛି ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ ତେବେ ସେମାନେ ମେଡ଼ିକାଲ ସାର୍ଟିଫିକେଟ ସହିତ ବୋର୍ଡକୁ ଆବେଦନ କଲେ ଖାତା ଦେଖାରୁ ବିରତ ନେଇପାରିବେ।