ମାଲକାନଗିରି: ମାଓଗଡ଼ରେ କ୍ରିକେଟ୍ ଗଡ୍ ସଚିନ ତେନ୍ଦୁଲକର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାର ଛିନ୍ଦନାର ଗାଁରେ ସପରିବାରେ ପହଞ୍ଚିଛନ୍ତି ତେନ୍ଦୁଲକର । ସେଠାରେ ଏକ କ୍ରୀଡା ବିପ୍ଳବର ମୂଳଦୁଆ ପକାଇଥିଲେ ସଚିନ । ସଚିନ ଓ ମାନଦେସି ଫାଉଣ୍ଡେସନ ବନ ଅଞ୍ଚଳର ଯୁବକମାନଙ୍କ କ୍ରୀଡ଼ା ଭବିଷ୍ୟତକୁ ଆଉ ପାଦେ ଆଗେଇ ନେଇଛନ୍ତି। ସ୍ଥାନୀୟ କ୍ରୀଡା ପ୍ରତିଭାଙ୍କୁ ମୌଳିକ କ୍ରୀଡା ସୁବିଧା ଯୋଗାଇବାକୁ ଫାଉଣ୍ଡେସନ ପ୍ରତିବଦ୍ଧ।
ଛାତ୍ର ଜୀବନରେ ପ୍ରତିଭା ସହିତ ଶୃଙ୍ଖଳା ଏବଂ କଠିନ ପରିଶ୍ରମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ତେନ୍ଦୁଲକର । ଛିନ୍ଦନାର ଗାଁର ସ୍ୱାମୀ ଆତ୍ମନନ୍ଦ ହିନ୍ଦୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ସଚିନ ପହଞ୍ଚିଥିବା ଶୁଣି ବିପୁଳ ଜନସମାଗମ ହୋଇଥିଲା । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ମାନଦେସି ଫାଉଣ୍ଡେସନ ଦ୍ୱାରା ନିର୍ମିତ ବହୁ-କ୍ରୀଡା ଗ୍ରାଉଣ୍ଡର ଉଦଘାଟନ କରିଥିଲେ । ଏ ଅବସରରେ ସଚିନଙ୍କ ସହିତ ମାନଦେସି ଫାଉଣ୍ଡେସନର ପ୍ରତିଷ୍ଠାତା ଚେତନା ସିହ୍ନା ମଧ୍ୟ ଉପସ୍ଥିତ ଥିଲେ । .