ସମ୍ବଲପୁର : ଭିସୁଟରେ ପୁଣି ରାଗିଂ ଅଭିଯୋଗ । ସମ୍ବଲପୁର ଭିସୁଟର ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ରାଗିଂ ଅଭିଯୋଗରେ ୪ ଜଣ ସିନିଅର ଛାତ୍ରଙ୍କୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଛାତ୍ରମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି । ଜଣେ ଛାତ୍ରଙ୍କୁ ୧୦ ହଜାର ଓ ଅନ୍ୟ ୩ ଜଣ ଛାତ୍ରଙ୍କୁ ୫ ହଜାର ଲେଖାଏଁ ଅର୍ଥ ଦଣ୍ଡ କରାଯାଇଛି ।
୪ ଜଣ ସିନିଅର ଜଣେ ଜୁନିୟଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଅନ୍ୟ ଜଣେ ଜୁନିଅର ଏହାର ଭିଡିଓ ଉତ୍ତୋଳନ କରୁଥିଲେ l ଯାହାକୁ ନେଇ ସିନିଅର ମାନେ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଏନେଇ ଅଭିଯୋଗ ପରେ ଆଣ୍ଟି ରାଗିଂ ସେଲ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରି ୪ଜଣଙ୍କୁ ଦଣ୍ଡିତ କରିଛନ୍ତି । ଘଟଣାଟି ୧୫ ଦିନ ତଳେ ଘଟିଥିବା କହିଲେ ଭିସୁଟ କୂଳପତି ପ୍ରଫେସର ଦୀପକ କୁମାର ସାହୁ।