ପଶ୍ଚିମବଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ,ବାଗଦା ନିର୍ବାଚନ ମଣ୍ଡଳୀରେ ବିଶାଳ ରୋଡ୍ ସୋ’ କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମୋହନ ମାଝୀଙ୍କ ଜୋରଦାର ପ୍ରଚାର । ଓଡ଼ିଆ ଭୋଟରଙ୍କୁ ଆକୃଷ୍ଟ କରିବା ଏବଂ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ସେ ଏହି ମାରାଥନ କ୍ୟାମ୍ପେନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବାଗଦା ନିର୍ବାଚନ ମଣ୍ଡଳୀରେ ଏକ ବିଶାଳ ରୋଡ୍ ସୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ।

ଏହାସହ ରାଜାରହାଟରେ ଆୟୋଜିତ ଏକ ବଡ଼ ଜନସଭାରେ ସେ ଯୋଗଦେବେ। ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆ ଲୋକମାନଙ୍କ ସହ ସେ ଆଲୋଚନା କରିବା ସହ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଗୁରୁମନ୍ତ୍ର ଦେବେ। ସୂଚନାଯୋଗ୍ୟ ଯେ, ଅପ୍ରେଲ ୨୯ ତାରିଖରେ ପଶ୍ଚିମବଙ୍ଗରେ ୨ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସୋମବାର ସଂଧ୍ୟାରେ ଥମିବ ପ୍ରଚାର । ୧୪୨ ସିଟ୍ରେ ମତଦାନ ହେବ । ଯେଉଁଥି ପାଇଁ ସବୁ ଦଳ ଜୋରସୋରରେ ପ୍ରଚାର କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରବିବାର ରାତିରେ ରୋଡ ଶୋରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.