ପୁରୀ : ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ନିର୍ମାଣ ପ୍ରକ୍ରିୟାରେ ନନ୍ଦିଘୋଷ ପାଇଁ ୧୬ଟି, ତାଳଧ୍ୱଜ ପାଇଁ ୧୪ଟି ଓ ଦେବୀଦଳନ ପାଇଁ ୧୨ଟି, ସମୁଦାୟ ୪୨ଟି ତୁମ୍ଭ ପ୍ରସ୍ତୁତ ହୋଇଛି। ଅକ୍ଷୟ ତୃତୀୟାରେ ଆଜ୍ଞାମାଳ ବିଜେ ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି । କରତି ସେବକଙ୍କ ଦ୍ୱାରା ଫାଶୀ କାଠ ଚିରଟ କରାଯାଇ ତୁମ୍ଭ ତିଆରି ପରେ ଗତକାଲିଠାରୁ ତୁମ୍ଭରେ ବିନ୍ଧ କରାଯାଉଛି।
ବିଶ୍ୱକର୍ମା, ଭୋଇ, କରତି ଓ କମାର ସେବାୟତମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଯୋଡା ଜ୍ୟେଷ୍ଠ ମାସ ଯୋଗୁଁ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଅଧିକ ସମୟ ମିଳିଛି । ଜୁଲାଇ ୧୬ରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଗାମୀ ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ତିନି ରଥର ଅଖ ଚକ ଡେରା ବିଧି ହେବ । ଆସନ୍ତା ନୃସିଂହ ଚତୁର୍ଦ୍ଦଶୀରୁ ଗୁଜ ଅନୁକୂଳ ହେବା ସହ ଭୋଈ ସେବକମାନେ ଯନ୍ତାଗାଡ଼କୁ ପ୍ରସ୍ତୁତ କରିବେ । ଯନ୍ତା ଗାଡରେ ତୁମ୍ୱ ବିନ୍ଧ ସହ ଅର ସଂଯୋଗ କାର୍ଯ୍ଯ କରାଯିବ।….