ଭୁବନେଶ୍ୱର ଫେରିଲେ ନବ ନିଯୁକ୍ତ ହକି ଇଣ୍ଡିଆ ସଭାପତି ଦିଲ୍ଲିପ ତିର୍କୀ

0

ଭୁବନେଶ୍ୱର (ଆମ ଟିଭି): ହକି ଇଣ୍ଡିଆର ସଭାପତି ହେବା ପରେ ଭୁବନେଶ୍ୱର ଫେରିଛନ୍ତି ଦିଲ୍ଲିପ ତୀର୍କି । ସେ ଭୁବନେଶ୍ୱରରେ ପହଞ୍ଚିବା ପରେ କହିଛନ୍ତି, ଆଗାମୀ ଦିନରେ ସାରା ଦେଶରେ ହକିର ବିକାଶ ମୋର ଲକ୍ଷ । ବିଶେଷକରି ତୃଣମୂଳ ସ୍ତରରେ କିପରି ହକିକୁ ପହଞ୍ଚାଯାଇ ପାରିବ ସେ ନେଇ କାମ କରିବେ ବୋଲି କହିଛନ୍ତି ହକି ଇଣ୍ଡିଆର ନବନିର୍ବାଚିତ ସଭାପତି ଦିଲୀପ ତିର୍କୀ ।

ଏଫଆଇଏଚ୍ ସହ ଆଲୋଚନା କରି ହକି ଇଣ୍ଡିଆ ଲିଗ କିପରି ଭାବେ ପୁଣିଥରେ ଆରମ୍ଭ ହୋଇପାରିବ ସେନେଇ ଚେଷ୍ଟା କରିବେ ବୋଲି କହିଛନ୍ତି ନବନିର୍ବାଚିତ ସଭାପତି ଦିଲୀପ ତିର୍କୀ । ଗତକାଲି ନିର୍ଦ୍ୱନ୍ଦରେ ହକି ଇଣ୍ଡିଆ ସଫାପତି ଭାବେ ନିର୍ବାଚିତ ହେବା ପରେ ଆଜି ଭୁବନେଶ୍ବର ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ କ୍ରିଡ଼ା ବିଭାଗ ଅଧିକାରୀ ଉପସ୍ଥିତ ରହି ତାଙ୍କୁ ବିପୁଳ ସ୍ବାଗତ କରିଥିଲେ ।

Leave A Reply

Your email address will not be published.