୪ ରାଜ୍ୟ ଓ ୧ କେନ୍ଦ୍ର ଶାସିତ ପ୍ରଦେଶ ଲାଗି EC ସମାପ୍ତ କଲେ ନିର୍ବାଚନ ଆଚରଣ ବିଧି

0

ନିର୍ବାଚନ ଆୟୋଗ (ଇସି) ନିର୍ବାଚନ କାରଣରୁ ମାର୍ଚ୍ଚ ୧୫ ତାରିଖରେ ଲାଗୁ କରିଥିବା ଆଦର୍ଶ ଆଚରଣ ସଂହିତା (ଏମସିସି) ଗୁରୁବାର ପ୍ରତ୍ୟାହାର କରିଛନ୍ତି। ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ନିମନ୍ତେ ଏହି ଆଚରଣ ସଂହିତା ଜାରି ହୋଇଥିଲା। ଦିଲ୍ଲୀସ୍ଥିତ ନିର୍ବାଚନ ସଦନରୁ ଜାରି ଅଧିକାରୀକ ବୟାନରେ ଆୟୋଗ କହିଛନ୍ତି ଯେ ଆସାମ, କେରଳମ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ସହିତ ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ନାଗାଲ୍ୟାଣ୍ଡ ଓ ତ୍ରିପୁରା ଉପନିର୍ବାଚନ ଫଳାଫଳ ଆସିବା ପରେ ଏମସିସି ତୁରନ୍ତ ପ୍ରଭାବ ହଟାଇ ଦିଆଯାଇଛି।

ତେବେ ପତ୍ରରେ ଉଲ୍ଲେଖ ରହିଛି ଯେ ପଶ୍ଚିମବଙ୍ଗର ୧୪୪-ଫାଲଟା ବିଧାନସଭା ନିର୍ବାଚନ ମଣ୍ଡଳିରେ ଏବେ ଆଦର୍ଶ ଆଚରଣ ସଂହିତା ଜାରି ରହିବ। ଏଠାରେ ସାନି ନିର୍ବାଚନ ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ସହ ଆଚରଣ ବିଧି ହଟାଇ ଦିଆଯାଇଥିବାରୁ ନବ ନିର୍ବାଚିତ ସରକାର ଓ ପ୍ରଶାସନ ନିୟମିତ ଶାସନ ଗତିବିଦ୍ଧି ଜାରି ରଖି ପାରିବେ। ଏଥିରେ ସେମାନେ ନୀତିଗତ ଘୋଷଣା ଓ ପ୍ରଶାସନିକ ନିଷ୍ପତ୍ତିକୁ ପୁଣି କାର୍ଯ୍ୟକାରୀ କରିପାରିବେ।

ଆଚରଣ ସଂହିତା ନିର୍ବାଚନ ଆୟୋଗ ଦ୍ୱାରା ରାଜନୈତିକ ଦଳ ଓ ସରକାରଙ୍କ ଆଚରଣକୁ ନିର୍ବାଚନ କାଳରେ ନିୟନ୍ତ୍ରିତ କରିବା ଲାଗି ଜାରି କରାଯାଉଥିବା ଗାଇଡଲାଇନର ଏକ ସେଟ୍। ଏହା କାର୍ଯ୍ୟକାରୀ ହେଲେ ସରକାରଙ୍କ ନୂଆ ଯୋଜନା ଘୋଷଣା, ନୀତିଗତ ନିଷ୍ପତ୍ତି ନେବା ଓ ନିର୍ବାଚନ ଲାଭ ଲାଗି ଅଧିକାରୀକ ମେସିନାରୀ ଉପଯୋଗକୁ ରୋକି ଥାଏ। ଦେଶରେ ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ବିଭିନ୍ନ ପର୍ଯ୍ୟାୟରେ ଶେଷ ହୋଇଛି। ଏହି ସବୁ ନିର୍ବାଚନର ଫଳାଫଳ ମଧ୍ୟ ଆସି ସାରିଲାଣି।

Leave A Reply

Your email address will not be published.