ଗୋଟିଏ କଲେଜରେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
ତାମିଲନାଡୁ ବିଧାନସଭାରୁ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ଜୋସେଫ ବିଜୟଙ୍କୁ ବିକାଶମୂଳକ କାର୍ଯ୍ୟ ପାଇଁ ସହାୟକ ହେବାକୁ କହିଛନ୍ତି ବିରୋଧୀ ଦଳ ନେତା ଉଦୟାନିଧି ଷ୍ଟାଲିନ।
ସୋମବାର ତାମିଲନାଡୁ ବିଧାନସଭାରେ ସମସ୍ତ ନବନିଯୁକ୍ତ ବିଧାୟକ ଶପଥ ନେବା ପରେ ମଙ୍ଗଳବାର ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ତେବେ ଆରମ୍ଭରୁ ବିରୋଧୀ ଦଳ ନେତା ତାଙ୍କ ଅଭିଭାଷଣରେ ରାଜ୍ୟର ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଥିଲେ। ଉଭୟ ଗୋଟିଏ କଲେଜରେ ଏକାଠି ପଢିଥିଲେ ଏବଂ ରାଜ୍ୟର ବିକାଶ ପାଇଁ ଏକାଠି କାମ କରିବେ ବୋଲି କହିଛନ୍ତି ଉଦୟନିଧି।