ଓମାନ ତଟରେ ତୈଳ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣ, ୩ ଭାରତୀୟ ନାବିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଓମାନ ତଟ ନିକଟରେ.ଏକ ତୈଳ ଟ୍ୟାଙ୍କର ସେଟେବେଲୋ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ ଟ୍ୟାଙ୍କର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏଥିରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ୩ ଭାରତୀୟ ନିଖୋଜ ଖବର ମିଳିଥିଲା । ଓମାନ ତଟ ନିକଟରେ ଏହି ଟ୍ୟାଙ୍କର ଉପରେ ଆକ୍ରମଣ କରିବା ସମୟରେ ଏଥିରେ ମୋଟ୍ ୨୮ ଜଣ କ୍ରୁ .ମେମ୍ବର ରହିଥିଲେ ।
ଭାରତୀୟ ଜାହାଜ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି, ବିଦେଶ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରନଧୀର ଜୈସ୍ଵାଲ । ଭାରତୀୟ ଜାହାଜ ଉପରେ ଲଗାତାର ଟାର୍ଗେଟ୍ ଆକ୍ରମଣକୁ ଭାରତ ତୀବ୍ର ବିରୋଧ କରିଛି । ଏନେଇ ବିଦେଶ ବ୍ୟାପାର ମନ୍ତ୍ରଣାଳୟ ଆମେରିକା ରାଷ୍ଟ୍ରଦୂତ ଜାସନ ମିକ୍ସଙ୍କୁ ସମନ କରି କଡ଼ା ଆପତ୍ତି ପ୍ରକାଶ କରିଛି ।
ମୃତ ନାବିକଙ୍କ ମଧ୍ୟରେ ହିମାଚଳ ପ୍ରଦେଶର ୨୩ ବର୍ଷୀୟ ଆଦିତ୍ୟ ଶର୍ମା ଅଛନ୍ତି। ଅନ୍ୟ ମୃତ ଭାରତୀୟ ନାବିକ ହେଲେ ଶିବାନନ୍ଦ ଚୌରସିଆ, ପଟନାଲା ସୁରେଶ । ସୂଚନାଯୋଗ୍ୟ, ପ୍ରଥମେ ଓମାନର ସମୁଦ୍ରୀ ତଟରେ ଜାହାଜ ଏମଟି ଜଳବୀର ଉପରେ ଆକ୍ରମଣ ହୋଇଥିଲା । ଏହାପରେ ପୁଣି ସେଟେବେଲୋ ଉପରେ ଆକ୍ରମଣକୁ ନେଇ କଡ଼ା ସମାଲୋଚନା କରାଯାଉଛି ।