ବାଲିଅନ୍ତାରେ ସୌମ୍ୟ ହତ୍ୟା ଘଟଣା, ଜେଲରେ ଥିବା ଅଭିଯୁକ୍ତଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

0

ବାଲିଅନ୍ତାରେ ସୌମ୍ୟରଞ୍ଜନଙ୍କୁ ପିଟିପିଟି ହତ୍ୟା ଘଟଣାରେ ଆଜି ଝାରପଡା ଜେଲ୍ ଆସୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ବାଲିଅନ୍ତା ବର୍ବରକାଣ୍ଡରେ ପୀଡିତାଙ୍କୁ ଅସଦାଚରଣ ଘଟଣାର ହେବ ଛାନଭିନ । ବାଲିଅନ୍ତା ପୋଲିସ ଦ୍ବାରା ଗିରଫ ୧୧ ଜଣ ମଧ୍ୟରୁ ୮ ଜଣଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ପ୍ରଥମ ତିନି ଜଣଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ବେଳେ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଆଜି ପୁଣି ତଦନ୍ତ କରିବାକୁ ଡିଏସପି ରତ୍ନପ୍ରଭା ଶତପଥିଙ୍କ ନେତୃତ୍ବରେ ଆସୁଛି ଟିମ୍ । ସୌମ୍ୟ ରଂଜନ ହତ୍ୟା ମାମଲାରେ ମଧ୍ୟ ହେବ ଯାଞ୍ଚ । କେସର ତୁରନ୍ତ ଚାର୍ଜସିଟ୍ ପାଇଁ ଅଣ୍ଟାଭିଡିଛି କ୍ରାଇମବ୍ରାଞ୍ଚ । ତେଣୁ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ଝାରପଡା ଜେଲରେ ଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରିବ ଟିମ୍ । ବିଶେଷ କରି ସୌମ୍ୟ ହତ୍ୟା କେସ ସହ ସେଠାରେ ପୀଡିତାଙ୍କୁ ହୋଇଥିବା ଅସଦାଚରଣ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍ ।

ଗତ ମେ’ ୭ରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ପୋଲିସ ଉପସ୍ଥିତିରେ ସୌମ୍ୟଙ୍କୁ ପିଟିପିଟି ଲୋକେ ହତ୍ୟା କରିଥିଲେ । ସୌମ୍ୟ ମାମଲାରେ ବିବାଦକୁ ଆସିଥିବା ଆଇପିଏସ୍‌ ଅଧିକାରୀ ତଥା ଏଡିଜି ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରାଯାଇଥିଲା । ତାଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.