ଭାରତକୁ ବଡ଼ ପ୍ରସ୍ତାବ ଦେଲା ନ୍ୟୁଜିଲାଣ୍ଡର ; ୫୭% ରପ୍ତାନି ସାମଗ୍ରୀ ଉପରେ ରହିବନି ଶୁଳ୍କ
ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ଏବଂ ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ, ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଖବର ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ,ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଭାରତ ସହିତ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ସେ କହିଛନ୍ତି ଯେ, ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ, ନ୍ୟୁଜିଲାଣ୍ଡରୁ ଭାରତକୁ ପଠାଯାଉଥିବା ୫୭% ସାମଗ୍ରୀ ପ୍ରଥମ ଦିନରୁ ଶୁଳ୍କମୁକ୍ତ ହେବ । ଏହାକୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ବିବେଚନା କରାଯାଉଛି । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ,ଲକ୍ସନ କହିଛନ୍ତି, ଭାରତ ସହ ଚୁକ୍ତି କରି ନ୍ୟୁଜିଲାଣ୍ଡ ବାଣିଜ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ।