ଭାରତରେ ନୂଆ ସାଟେଲାଇଟ ଫୋନ୍ ଲଞ୍ଚ୍ କଲା BSNL, ହେଲେ ସହଜରେ ମିଳିବନି ବ୍ୟବହାର ଅନୁମତି

0

ସରକାରୀ ଟେଲିକମ୍ କମ୍ପାନି BSNL ଭାରତରେ ଏକ ନୂଆ ସାଟେଲାଇଟ ଫୋନ୍ ଲଞ୍ଚ କରିଛି। ଏହି ସାଟେଲାଇଟ ଫୋନ୍ କର୍ମସିଆଲ ବ୍ୟବହାର ପାଇଁ। ସାଟେଲାଇଟ ଫୋନର ବ୍ୟବହାର ବିନା ଅନୁମତିରେ ସାଧାରଣ ଜନତା କରିପାରିବେନାହିଁ। ଦୂରସଞ୍ଚାର ବିଭାଗ (DoT) ସ୍ପଷ୍ଟ କରିଛି ଯେ, ଅନୁମତି ମିଳିବା ପରେ ହିଁ ୟୁଜର୍ସ କିମ୍ବା ସଂସ୍ଥା ଏହି ସାଟେଲାଇଟ୍ ଫୋନ୍ ବ୍ୟବହାର କରିପାରିବେ।

କ’ଣ ହେବ ଫାଇଦା ?

ଏହା ଦ୍ବାରା ସବୁଠୁ ବଡ଼ ଫାଇଦା ହେବ ଯେ, ଯେଉଁ ଅଞ୍ଚଳରେ ନେଟଓ୍ବର୍କ ନାହିଁ। ସେଠାରେ ମଧ୍ୟ ଏହି ଫୋନ୍ ଦ୍ବାରା ଭଏସ କଲ୍ କରିପାରିବେ ଏବଂ ଆବଶ୍ୟକ ପଡ଼ିଲେ ଇମରଜେନ୍ସୀ ସପୋର୍ଟ ପାଇପାରିବେ। BSNL ସାଟେଲାଇଟ ଫୋନରେ ୟୁଜର୍ସଙ୍କୁ ବଡ଼ ବ୍ୟାଟେରୀ ଲାଇଫ ମଧ୍ୟ ମିଳିବ। ସାଟେଲାଇଟ ନେଟଓ୍ବର୍କ ସେହି କ୍ଷେତ୍ରରେ ପହଞ୍ଚିପାରିଥାଏ ଯେଉଁଠାରେ ମୋବାଇଲ ନେଟଓ୍ବର୍କ ପହଞ୍ଚିପାରିନଥାଏ।

ସରକାରୀ ଟେଲିକମ୍ କମ୍ପାନିର ଏହି ସାଟେଲାଇଟ ଫୋନ୍ ୧, ୩୪, ୧୬୬ ଟଙ୍କାରେ ଲଞ୍ଚ୍ କରାଯାଇଛି। ଦାମ୍ ହିସାବରେ ଦେଖିଲେ ଏହି ଫୋନ୍ ଆପଲ୍ ଆଇଫୋନ୍ ୧୭, ଆଇଫୋନ୍ ୧୭ ପ୍ରୋ ଏବଂ ସାମସଙ୍ଗ୍ର ଲେଟେଷ୍ଟ ସ୍ମାର୍ଟଫୋନ୍ ଗାଲାକ୍ସି S26 ଅଲ୍ଟ୍ରା ଠାରୁ ମଧ୍ୟ ମହଙ୍ଗା।

Leave A Reply

Your email address will not be published.