ନୂଆଦିଲ୍ଲୀ (ଆମ ଟିଭି): ଭାରତ ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ । ଆଜିଠୁ ଦେଶରେ ଆରମ୍ଭ ହେବ ୫ଜି ସେବା। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ହେବାକୁ ଥିବା ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିବେ। ୫ଜି ସେବା ଆରମ୍ଭ ହେଲେ, ମିଳିବ ଥ୍ରୀ-ଜିଠୁ ୩କ୍ଟ ଗୁଣ ଓ ଫୋର୍-ଜିଠୁ ୧୦ ଗୁଣା ସ୍ପିଡ୍ ସେବା। ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି।
ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ ୫ଜି। ୨ଜି ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍ଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, ୩ଜି ସେବାରେ ୨ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ ଲାଗୁଥିଲା, ଏବେ ଫାଇଭ୍-ଜିରେ ସେହି ଫାଇଲ ଡାଉନ୍ଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ।
ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ୫ଜି ସେବା ମିଳିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ଦେଶର ଯେଉଁ କେତେକ ସ୍ଥାନରେ ୫ଜି ସେବା ଆରମ୍ଭ ହେବ ସେଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରର ନାମ ରହିଛି।