ମଣିଷ ଆୟୁଷ ୧୫୦ ବର୍ଷ କରିବାକୁ ରୁଷ୍ ଚଳାଇଛି ଗପ୍ତ ଗବେଷଣା !
ମଣିଷକୁ ୧୫୦ ବର୍ଷ ବଞ୍ଚାଇବାକୁ ଏବଂ ବାର୍ଦ୍ଧକ୍ୟ ରୋକିବାକୁ ରୁଷ ଗୁପ୍ତ ଭାବରେ ଗବେଷଣା କରୁଛି । ଏଥିପାଇଁ ପ୍ରତିବର୍ଷ ୨୬ ମିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରୁଛି ରୁଷ । ୨୦୨୪ରୁ ଆରମ୍ଭ ହୋଇଥିବା ଏହି ଗବେଷଣାରେ ରୁଷ ଧିରେ ଧିରେ ଆଗକୁ ବଢ଼ୁଛି । ତେବେ ମଣିଷକୁ ଅମର କରିବା ଲାଗି, ଏହି ଚର୍ଚ୍ଚା ହେବା ପଛରେ ବଡ଼ କାରଣ ରହିଛି । ଏନେଇ ରୁଷ ରାଷ୍ଟ୍ରପତି ପୁଟିନ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଆଲୋଚନାର ଏକ ଲିକ୍ ଅଡିଓ ସାମ୍ନାକୁ ଆସିଥିଲା ।
ସେପ୍ଟେମ୍ବର ୨୦୨୫ ରେ ବେଜିଂରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ଏକ ଆଲୋଚନାର ଅଡିଓ ଲିକ୍ ହୋଇଥିଲା। ଏହି କଥାବାର୍ତ୍ତାରେ ଉଭୟ ନେତା ମଣିଷର ଆୟୁଷକୁ ୧୫୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ସମ୍ପର୍କରେ ଆଲୋଚନା କରୁଥିଲେ। ଏହି ଘଟଣା ପରେ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଥିଲା ଯେ, କ’ଣ ଜିନପିଙ୍ଗ ଏବଂ ପୁଟିନ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଛନ୍ତି ?
ଏବେ ରୁଷର ରାଷ୍ଟ୍ରପତି ଭବନ ‘କ୍ରେମଲିନ’ରୁ ଆସିଥିବା ସୂଚନା ଏହି ସନ୍ଦେହକୁ ସତ ପ୍ରମାଣିତ କରିଛି। ପ୍ରସିଦ୍ଧ ପତ୍ରିକା ‘ଦ ୱାଲ ଷ୍ଟ୍ରିଟ ଜର୍ନାଲ’ର ରିପୋର୍ଟ ଅନୁଯାୟୀ, ରୁଷ ସରକାର ମଣିଷର ଆୟୁଷ ବଢ଼ାଇବାର ଉପାୟ ଖୋଜିବା ପାଇଁ ଏକ ବଡ଼ ଗବେଷଣା ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି। ଏହି ପ୍ରୋଜେକ୍ଟ ପାଇଁ ୨୬ ମିଲିୟନ ଡଲାର ଖର୍ଚ୍ଚ କରାଯାଉଛି।
ପ୍ରୋଜେକ୍ଟର ନେତୃତ୍ୱ ନେଉଛନ୍ତି ପୁଟିନଙ୍କ ଝିଅ
୭୩ ବର୍ଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଏହି ବୈଜ୍ଞାନିକ ପ୍ରୋଜେକ୍ଟର ତଦାରଖ କରୁଛନ୍ତି। ଏହି ମିଶନର ଦାୟିତ୍ୱ ପୁଟିନ ତାଙ୍କର ସବୁଠାରୁ ବିଶ୍ୱସ୍ତ ଲୋକଙ୍କ ହାତରେ ଦେଇଛନ୍ତି । ପୁଟିନଙ୍କ ଝିଅ ମାରିଆ ଭୋରୋନସୋଭା, ଯିଏ ଜଣେ ପ୍ରସିଦ୍ଧ ଏଣ୍ଡୋକ୍ରିନୋଲୋଜିଷ୍ଟ (Endocrinologist), ସେ ଏହି ପ୍ରୋଜେକ୍ଟର ନେତୃତ୍ୱ ନେଉଛନ୍ତି।ରୁଷର ପ୍ରସିଦ୍ଧ କୁରଚାତୋଭ ଇନଷ୍ଟିଚ୍ୟୁଟ୍ର ମୁଖ୍ୟ ମିଖାଇଲ କୋଭାଲଚୁକ, ଯିଏ ଏହି ଗବେଷଣାରେ ପୁଟିନଙ୍କ ଝିଅଙ୍କୁ ସହଯୋଗ କରୁଛନ୍ତି।
କିପରି ଚାଲିଛି ରୁଷର ପ୍ରସ୍ତୁତି ?
୨୦୨୪ ମସିହାରୁ ରୁଷର ବୈଜ୍ଞାନିକମାନେ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ଆରମ୍ଭରେ ଏହାର ଗତି ଧୀମା ଥିଲେ ମଧ୍ୟ ଏବେ ଏହାକୁ ଅଧିକ ତୀବ୍ର କରାଯାଇଛି। ବାର୍ଦ୍ଧକ୍ୟକୁ ରୋକିବା ପାଇଁ ୩ଟି ପ୍ରମୁଖ ପଦ୍ଧତି ଉପରେ କାମ ଚାଲିଛି ।
ଜିନ୍ ଥେରାପି (Gene Therapy): ଶରୀରର କୋଷଗୁଡ଼ିକୁ ବୁଢ଼ା ହେବାରୁ ରୋକିବା ପାଇଁ ଏହି ଥେରାପିର ବ୍ୟବହାର କରାଯାଉଛି। ଏହାର ଲକ୍ଷ୍ୟ ହେଉଛି ମଣିଷ ଶରୀରରେ ବାର୍ଦ୍ଧକ୍ୟ ବଢ଼ାଉଥିବା ଜିନ୍କୁ ଚିହ୍ନଟ କରି ତାକୁ ନଷ୍ଟ କରିବା।