ମାସ ଶେଷ ବେଳକୁ ପୁଣି ଲଘୁଚାପ, ଆଜି ଅତିପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ

0

ଭୁବନେଶ୍ୱର : ମାସ ଶେଷ ବେଳକୁ ପୁଣି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ଉପକୂଳ ଓଡ଼ିଶା ଏବଂ ସଲଗ୍ନ ଅଞ୍ଚଳ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳ ଉପରେ ରହିଛି । ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଅତିପ୍ରବଳ ବର୍ଷା ପାଇଁ ଆଜି ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତାକାଲି ମଧ୍ୟ ଅଧା ଓଡ଼ିଶା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ୩୦ ତାରିଖ ଯାଏଁ ପ୍ରବଳ ବର୍ଷିବ । ତା ପରେ କମିବ ବର୍ଷା ପରିମାଣ । ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଭୀଷଣରୁ ଅତି ଭୀଷଣ ବର୍ଷା ଲାଗି ରହିଛି । ଲଘୁଚାପର ପ୍ରଭାବ କେବଳ ସ୍ଥଳଭାଗରେ ନୁହେଁ, ସମୁଦ୍ର ଉପରେ ମଧ୍ୟ ପଡ଼ିଛି। ଓଡ଼ିଶା ଉପକୂଳ ନିକଟ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ମତ୍ସ୍ୟଜୀବୀମାନେ ପାଣିପାଗ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମୁଦ୍ରରୁ ଦୂରେ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.