ବୀର ଯବାନ ଏବଂ ସେମାନଙ୍କ ପରିବାର କରିପାରିବେ ଆଜୀବନ ମାଗଣା ରେଳଯାତ୍ରା, ନଭେମ୍ବର ୧ରୁ ହେବ ଟିକେଟ ବୁକିଂ

0

Free Railway Travel ଦେଶର ବୀର ଯବାନ ଏବଂ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସେନା ମେଡାଲ, ନୌସେନା ମେଡାଲ ଏବଂ ବାୟୁସେନା ମେଡାଲରେ ସମ୍ମାନିତ ଯବାନ ଓ ଯୋଗ୍ୟ ପରିବାର ସଦସ୍ୟଙ୍କୁ ଏଣିକି ଭାରତୀୟ ରେଳରେ ଆଜୀବନ ମାଗଣା ଯାତ୍ରା ସୁବିଧା ମିଳିବ । ଏହି ନିଷ୍ପତ୍ତି ପୂର୍ବରୁ ଘୋଷଣା ହୋଇଥିବା ବେଳେ ଏବେ ଏହାକୁ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ବ୍ୟକ୍ତି ୧ ନଭେମ୍ବର ୨୦୨୬ରୁ IRCTC ମାଧ୍ୟମରେ ଟିକେଟ୍ ବୁକ୍ କରିପାରିବେ । ଏଥିପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ହେବ ।

 

ରକ୍ଷା ମନ୍ତ୍ରଣାଳୟ ଏହି ସୁବିଧା ଲାଗୁ କରିବା ପାଇଁ ଡିଜିଟାଲ ବ୍ୟବସ୍ଥା ପ୍ରସ୍ତୁତ କରିଛି । ଯୋଗ୍ୟ ଲାଭାର୍ଥୀମାନଙ୍କୁ ପ୍ରଥମେ ଇଣ୍ଡିଆନ୍ ରେଲୱେ କନସେସନ୍ କାର୍ଡ ପୋର୍ଟାଲ୍ (IRCCP) ରେ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ କରିବା ପରେ ଆବଶ୍ୟକ ଯାଞ୍ଚ କରାଯିବ । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ୍ ଇ-ପାସ୍ ଜାରି କରାଯିବ । ଏହି ଇ-ପାସ୍ ଆଧାରରେ IRCTC ୱେବସାଇଟ୍ରୁ ରେଳ ଟିକେଟ୍ ବୁକ୍ କରିହେବ ।

ସେନା ମେଡାଲ, ନୌସେନା ମେଡାଲ ଏବଂ ବାୟୁସେନା ମେଡାଲରେ ସମ୍ମାନିତ ଯବାନମାନେ ଭାରତୀୟ ରେଳର ଫର୍ଷ୍ଟ କ୍ଲାସ୍, ସେକେଣ୍ଡ ଏସି (2AC) ଏବଂ ଏସି ଚେୟାର କାରରେ ବିନା ଭଡ଼ାରେ ଯାତ୍ରା କରିପାରିବେ । ଏହା ସହିତ ଜଣେ ସହଯାତ୍ରୀଙ୍କୁ ମଧ୍ୟ ମାଗଣା ଯାତ୍ରାର ସୁବିଧା ମିଳିବ । ଯୋଗ୍ୟ ପରିବାର ସଦସ୍ୟମାନେ ମଧ୍ୟ ଏହାର ଲାଭ ପାଇପାରିବେ।

Leave A Reply

Your email address will not be published.