ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା, ରାଜରାସ୍ତାକୁ ଓହ୍ଲାଇବ ‘ଇଣ୍ଡିଆ’ ବ୍ଲକ୍
ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା । ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ‘ଇଣ୍ଡିଆ’ ବ୍ଲକ୍ । MMDR ଆଇନ ସଂଶୋଧନ, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏନେଇ ଗଣମଧ୍ୟାମକୁ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ବନ୍ଦ ପାଳନ ବେଳେ ସହଯୋଗ କରିବାକୁ ପିସିସି ସଭାପତି ନିବେଦନ କରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ଓଡିଶା ବନ୍ଦ ସଫଳ କରିବାକୁ ଭକ୍ତ ଆହ୍ୱାନ ଦେଇଛନ୍ତି । ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସମସ୍ତ ଯାନବାହାନ ଚଳାଚଳ, ଦୋକାନ ବଜାର ଏବଂ ସରକାରୀ-ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ‘ଇଣ୍ଡିଆ’ ବ୍ଲକ୍ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି । .