ବଦଳିବ କି ବିବାଦୀୟ UGC ନିୟମ? କେନ୍ଦ୍ରକୁ ୪ ସପ୍ତାହ ମହଲତ

0

ବିବାଦୀୟ UGC ନିୟମକୁ ନେଇ ଏବେ ଦେଶରେ ଜୋରଦାର ଚର୍ଚ୍ଚା । ଶେଷରେ ଏହି ନିୟମାବଳିର ପୁନର୍ବିଚାର କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଉ ଏଥିପାଇଁ କେନ୍ଦ୍ରକୁ ଅଧିକ ଚାରି ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଉଚ୍ଚଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ଏବଂ ରାଗିଂକୁ ରୋକିବା ପାଇଁ UGC ଆଣିଥିଲା ନୂଆ ନିୟମାବଳି । କିନ୍ତୁ ଏହି ନିୟମର କିଛି ବ୍ୟବସ୍ଥାକୁ ନେଇ ଆପତ୍ତି ଉଠାଇଥିଲେ ସାଧାରଣ ବର୍ଗର ଛାତ୍ରଛାତ୍ରୀ । ସେମାନଙ୍କ ଆଶଙ୍କା ଥିଲା, ନିୟମର କିଛି ବ୍ୟବସ୍ଥା ଅନ୍ୟ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଭେଦଭାବ ସୃଷ୍ଟି କରିପାରେ ।

ଏହାକୁ ନେଇ ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ଜାନୁଆରି ୨୯ ତାରିଖରେ କୋର୍ଟ ଏହି ନୂଆ ନିୟମାବଳି ଉପରେ ଅନ୍ତରୀଣ ରୋକ୍ ଲଗାଇଥିଲେ । ଆଉ ଏବେ ନିୟମର ବିଭିନ୍ନ ଦିଗକୁ ସମୀକ୍ଷା କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି ।

Leave A Reply

Your email address will not be published.