ବାହାରିନ୍ରେ ଆମେରିକାର ସାମରିକ ଘାଟିକୁ ଟାର୍ଗେଟ୍, ଡ୍ରୋନ୍ ଆକ୍ରମଣ ନେଇ ଇରାନର ଦାବି
ପୁଣି ଆମେରିକାର ସାମରିକ ଘାଟିକୁ ଟାର୍ଗେଟ୍ କରିଥିବା ଦାବି କରିଛି ଇରାନ । ବାହାରିନ୍ରେ ଥିବା ଆମେରିକାର ଏକ ସାମରିକ ଘାଟିର ଏୟାର ଡିଫେନ୍ସ ରାଡାର ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଥିବା ଇରାନ ପକ୍ଷରୁ କୁହାଯାଇଛି। ଏହି ଘଟଣାକୁ ନେଇ ମଧ୍ୟପ୍ରାଚ୍ୟରେ ସାମରିକ ଉତ୍ତେଜନା ଆହୁରି ବଢ଼ିବା ଆଶଙ୍କା ଦେଖାଦେଇଛି ।
ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁସାରେ, ୱାଶିଂଟନର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟକଳାପର ଜବାବରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏହି ଆକ୍ରମଣ କରିଛି । ବାହାରିନ୍ର ଅଲ୍-ରିଫା ଅଞ୍ଚଳରେ ଥିବା ଆମେରିକାର ହେଲିକପ୍ଟର ବେସ୍ର ଏୟାର ଡିଫେନ୍ସ ରାଡାରକୁ ଟାର୍ଗେଟ୍ କରାଯାଇଥିବା ଇରାନ ଦାବି କରିଛି ।
ତେବେ ଏହି ଆକ୍ରମଣରେ ରାଡାର କେତେ କ୍ଷତିଗ୍ରସ୍ତ ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଏପରିକି ଆମେରିକା ପକ୍ଷରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ । ତେଣୁ ଇରାନର ଏହି ଦାବି ଓ ଆକ୍ରମଣର ପ୍ରକୃତ ପ୍ରଭାବ ସ୍ପଷ୍ଟ ହେବା ବାକି ରହିଛି ।