ପ୍ରାଣ ହରାଇଲା କୁକୁର ଜୁମ

0

ନୂଆଦିଲ୍ଲୀ: ଆତଙ୍କବାଦ ନିରୋଧ ଅପରେସନ ବେଳେ ଗୁଳି ମାଡ଼ରେ ଆହତ ହୋଇଥିବା ଭାରତୀୟ ସ୍ଥଳ ସେନାର ଲଢ଼ୁଆ କୁକୁର ଜୁମ୍‌ ଆଉ ନାହିଁ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ଘଟିଛି। କିଛି ଦିନ ତଳେ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ଆତଙ୍କବାଦୀଙ୍କୁ ଠାବ କରିବା ସହ ପୂରା ଅପରେସନରେ ଆର୍ମି ଡଗ୍‌ ଜୁମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏନକାଉଣ୍ଟର ବେଳେ ତା’ ଦେହରେ ଦୁଇଟି ଗୁଳି ମାଡ଼ ହୋଇଥିଲା। ତା’ ପଛ ଗୋଡ଼ ଓ ମୁହଁ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଏଥିପାଇଁ ଡାକ୍ତରୀ ଟିମ୍‌ ଆଡଭାନ୍ସ ଫିଲ୍ଡ ଭେଟେରିନାରୀ ହସ୍ପିଟାଲରେ ଜୁମର ଚିକିତ୍ସା କରୁଥିଲେ। କିନ୍ତୁ ଆଜି ଦିନ ୧୨ଟାରେ ତା’ର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.